ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ମେରୁଟରେ ଗଳି ପଡନ୍ତି ରାବଣ, ତେଣୁ ରାବଣ ପୋଡ଼ି ପୂର୍ବରୁ ଅର୍ପଣ ହୁଏ ମଦ

ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ମେରୁଟରେ ଗଳି ପଡେ ରାବଣ ପ୍ରତିମୂର୍ତ୍ତି, ରାବଣ ପୋଡି ପୂର୍ବରୁ ଅର୍ପଣ ହୁଏ ମଦ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଯାହା ପାଇଁ ସବୁ ସ୍ଥାନରେ ଏଥି ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି। ଆଉ କିଛି ଦିନ ପରେ ପୁଣି ଆରମ୍ଭ ହୋଇଯିବ ଦଶହରା। ଯାହାର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ଵ ରହିଛି। ପୀଠରେ ବିଜେ ହେବେ ମା ଦୁର୍ଗା। ପୁଣି ଶେଷରେ ବିଜୟାଦଶମୀରେ ହେବ ରାବଣ ପୋଡି। ଏହି ଦିନ ପ୍ରଭୁ ରାମ ଚନ୍ଦ୍ର ରାବଣକୁ ମାରିଥିଲେ ଓ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା।

ସେଥିପାଇଁ ପ୍ରତିବର୍ଷ ଦଶହରାରେ ବିଜୟାଦଶମୀ ଦିନ ରାବଣପୋଡ଼ି ହୋଇଥାଏ। ଯାହାକି ଭାରତର ସବୁ ରାଜ୍ୟରେ କରାଯାଇଥାଏ। ଏହି ରାବଣ ପୋଡ଼ି ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ଜମେ। ତେବେ ପ୍ରତିବର୍ଷ ବିଜୟାଦସମୀ ଅବସରରେ ଉତ୍ତରପ୍ରଦେଶର ମେରୁଟରେ ଭେନସାଲୀ ମଇଦାନରେ ଏକ ଅଦ୍ଭୁତ କାର୍ଯ୍ୟ ହୁଏ। ହୁଏତ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି।

ଏମିତିକି ଏଠାରେ ରାବଣଙ୍କ ପ୍ରତିମୂର୍ତ୍ତି ଜାଳିବା ପାଇଁ ପ୍ରସ୍ତୁତି ଚାଲିବା ସମୟରେ ଏଠାରେ ରାବଣକୁ ମଦ ଦିଆଯାଇଥାଏ। ଯଦି ଏଠାରେ ମଦ ଦିଆଯାଏନାହିଁ ତେବେ ରାବଣର ପ୍ରଭାବ ପଡ଼େ। ପୁଣି ରାବଣ ପୋଡ଼ି ହୋଇପାରେ ନାହିଁ। ରାବଣ ପୋଡ଼ି ସମୟରେ ମଦ ଦିଆ ନଗଲେ ରାବଣ ଇଫିଜି ବା ପ୍ରତିମୂର୍ତ୍ତି ତଳେ ପଡି ଯାଇଥାଏ। ଯାହାପାଇଁ ପ୍ରତିବର୍ଷ ଏଠାରେ ରାବଣ ପୋଡ଼ି ପୂର୍ବରୁ ରାବଣକୁ ମଦ ଅର୍ପଣ କରାଯାଇଥାଏ। କମିଟିର ଅଧ୍ୟକ୍ଷ ପୱନ ଗର୍ଗ ନିଜେ ଏହି ଦାବି କରିଛନ୍ତି ଯେ ମଦ ଦିଆ ନଗଲେ ରାବଣପୋଡ଼ି ହେବା ପୂର୍ବରୁ ଏହ ଗଳି ପଡେ। ସେ କହିଛନ୍ତି ଯେ ରାବଣ ହେଉଛି “ଶୟତାନ ଶକ୍ତି” ର ପ୍ରତୀକ, ତେଣୁ ମଦ୍ୟପାନ କରିବାର ଏହି ରୀତିନୀତି ପାଳନ କରାଯିବା ଆବଶ୍ୟକ।

ଏଠାରେ ୧୯୫୯ ପରଠାରୁ ରାମଲୀଳା ଆୟୋଜିତ ହୋଇଆସୁଛି ଏବଂ ଦଶହରା ଉପରେ ମଧ୍ୟ ଏକ ମହୋତ୍ସବ ଅନୁଷ୍ଠିତ ହୁଏ। ପରମ୍ପରା ଅନୁଯାୟୀ, ବିଜୟାଦଶମୀ ଦିନ ରାବଣ ପୋଡ଼ି କରାଯାଏ। ସେବେଠାରୁ ଏହି ପରମ୍ପରା ଚାଲିଆସୁଛି। ତେବେ ଉତ୍ତରପ୍ରଦେଶର ମିରୁଟରେ ସରକାର ମଦ ବର୍ଜନ କରିଥିବା ବେଳେ କମିଟି ଦ୍ଵାରା ଦୁଇଥର ମଦ୍ୟପାନ ନକରି ଇଫିଜି ବା ରାବଣ ନିର୍ମାଣ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପ୍ରତ୍ୟେକ ଥର ଏହା ଭାଙ୍ଗି ଗଲା ବୋଲି ସଂଗଠନ କହିଛି। ମଦ ଦେବା ପରେ ଯାଇ ହିଁ ପ୍ରତିବର୍ଷ ବିଜୟଦାସମୀ ଅବସରରେ ରାବଣ ପୋଡ଼ି ଠିକ୍ ଭାବେ ହୋଇପାରେ।

ଏଠାରେ ପ୍ରାୟ ସବୁଠାରୁ ବଡ଼ ୧୩୦ ଫୁଟର ରାବଣ ତିଆରି କରାଯାଏ। ଅନେକ ସ୍ଥାନରୁ ଲୋକ ଏହି ରାବଣ ପୋଡ଼ି ଦେଖିବାକୁ ଆସନ୍ତି। ପ୍ରାୟ ୧୦ ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ତେବେ ରାବଣ ପାଖରେ ମଧ୍ୟ ଦୈବିକ ଶକ୍ତି ଥିଲା , ପୁଣି ସେ ଜଣେ ମହାନ୍ ବିଦ୍ୱାନ ଆଉ ଶିବ ଭକ୍ତ। ଏମିତିକି ନିଜ ଜୀବନର ଶେଷ ସମୟରେ ସେ ପ୍ରଭୁ ଶ୍ରୀ ରାଚନ୍ଦ୍ରଙ୍କୁ ଚିହ୍ନି ପାରିଥିଲେ ଓ ଲକ୍ଷ୍ମଣଙ୍କୁ ମଧ୍ୟ ନିଜ ବିଦ୍ୟା ଶିକ୍ଷା ଦେଇଥିଲେ। କିନ୍ତୁ ସେ ପ୍ରତ୍ୟେକ ଦିନ ମଦ ପାନ କରୁଥିଲେ। ତେବେ ମେରୁଟରେ ସେଥି ପାଇଁ ତାଙ୍କୁ ମଦ ଦିଆଯାଇଥାଏ ରାବଣ ପୋଡି ସମୟରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.