ପ୍ରତିଦିନ ବିଷାକ୍ତ ହୋଇଯାଉଥିଲା ଏହି ସୁଲତାନଙ୍କ ପୋଷାକ, ଖାଉଥିଲେ ୩୫ କିଲୋ ଖାଦ୍ୟ ଏବଂ ସେବନ କରୁଥିଲେ ବିଷ

ଇତିହାସରେ ଏମିତି କେତେଜଣ ରାଜା, ମହାରାଜାଙ୍କ ନାଁ ଲିପିବଦ୍ଧ ହୋଇ ରହିଛି, ଯେଉଁମାନଙ୍କ ଜୀବନ ଅନେକ ରହସ୍ୟର ଭରପୂର ଥିଲା। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁଲତାନଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦିନକୁ ୩୫ କିଲୋ ଖାଦ୍ୟ ଖାଇଯାଉଥିଲେ। ସେ ହେଉଛନ୍ତି ଗୁଜରାଟର ୬ଷ୍ଠ ତମ ସୁଲତାନ ମହମ୍ମୁଦ ବେଗଡ଼ା। ବେଗଡ଼ା ଏମିତି ଜଣେ ସୁଲତାନ ଥିଲେ, ଯିଏ ମାତ୍ର ୧୩ ବର୍ଷ ବୟସରୁ ଶାସନ ଭାର ସମ୍ଭାଳିଥିଲେ ଏବଂ ୫୨ ବର୍ଷ ଧରି ଗୁଜରାଟରେ ସଫଳତାପୂର୍ବକ ରାଜ କରିଥିଲେ।

vvc

ତାଙ୍କୁ ‘ବେଗଡ଼ା’ର ଉପାଧି ସେତେବେଳେ ଦିଆଯାଇଥିଲା, ଯେବେ ସେ ‘ଗିରନାର’ ଜୁନାଗଡ଼ ଏବଂ ଚମ୍ପାନେର କିଲ୍ଲାକୁ ଜିତିଥିଲେ। ତାଙ୍କ ବ୍ୟକ୍ତିତ୍ୱ ସବୁଠାରୁ ଭିନ୍ନ ଥିଲା। ସୁଲତାନଙ୍କ ଦାଢ଼ି ଏତେ ଲମ୍ବା ଥିଲା ଯେ ତାହା ଅଣ୍ଟା ପର୍ଯ୍ୟନ୍ତ ପଡୁଥିଲା। ଏପରିକି ତାଙ୍କ ନିଶ ମଧ୍ୟ ବହୁତ ଲମ୍ବା ଥିଲା। ସେ ଏହାକୁ ନିଜ ମୁଣ୍ଡ ଉପରେ ବାନ୍ଧି ଦେଉଥିଲେ। ସୁଲତାନ ସକାଳ ଜଳଖିଆରେ ଏକ ତାଟିଆ ଲହୁଣୀ, ଏକ ତାଟିଆ ମହୁ ଏବଂ ୧୦୦ରୁ ୧୫୦ କଦଳୀ ଖାଉଥିଲେ। ରାତିରେ ଶୋଇବା ସମୟରେ ତାଙ୍କ ପାଖରେ ଖାଦ୍ୟ ରଖାଯାଉଥିଲା। ଯେପରି ଭୋକ ଲାଗିଲେ ସେ ଏହାକୁ ଖାଇପାରିବେ।

sdc

ସୁଲତାନ ବେଗଡ଼ାଙ୍କୁ ପିଲାବେଳୁ ହିଁ କୌଣସି ବିଷପାନ କରାଇ ଦିଆଯାଇଥିଲା। ଯାହାଫଳରେ ସେ ପ୍ରତିଦିନ ଖାଇବା ସହିତ ଟିକେ ଟିକେ ବିଷ ମଧ୍ୟ ପିଉଥିଲେ। ଏଥିଯୋଗୁ ତାଙ୍କ ଶରୀର ବହୁତ ବିଷ ହୋଇଯାଇଥିଲା ଏବଂ ହାତରେ ଅନେକ ମାଛି ମଧ୍ୟ ବସୁଥିଲେ। ଯଦିଓ ଏହି ମାଛିଗୁଡିକ ମାତ୍ର କିଛି କ୍ଷଣ ଭିତରେ ମରିଯାଉଥିଲେ। ସେ ବ୍ୟବହାର କରୁଥିବା ପୋଷାକକୁ କେହି ଛୁଉଁ ନ ଥିଲେ, ବରଂ ଏହାକୁ ସିଧା ଜଳାଇ ଦିଆଯାଉଥିଲା। କାରଣ, ସୁଲତାନ ପିନ୍ଧିବା ପରେ ଏହା ବିଷାକ୍ତ ହୋଇଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.