ପ୍ରକୃତିର ନିୟମ ଅନୁଯାୟୀ ଯାହାର ଜନ୍ମ ଅଛି ମୃତ୍ୟୁ ତାର ନିଶ୍ଚିତ । ପୁରା ଜୀବନକାଳରେ ବ୍ୟକ୍ତି ନିଜ କର୍ମର ଭଲ ମନ୍ଦ ପରିଣାମ ନିଜେ ଭୋଗିଥାଏ । ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ସମ୍ପର୍କକୁ ନେଇ ବହୁତ ନୀତି ବିସ୍ତାରରେ ବର୍ଣ୍ଣନା କରିଛନ୍ତି । ଜୀବନରେ ବ୍ୟକ୍ତିର କିଛି ବନ୍ଧୁ ସୃଷ୍ଟି ହୋଇଥାନ୍ତି । ହେଲେ ଏମିତି କିଛି ବନ୍ଧୁ ଅଛନ୍ତି ମଲା ପର୍ଯ୍ୟନ୍ତ ସଙ୍ଗ ଛାଡି ନଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଯେତେ କଠିନ ପରିସ୍ଥିତି ହେଉନା କାହିଁକି ଏହି ୩ ସାଥୀ ସବୁଦିନ ପାଇଁ ବ୍ୟକ୍ତିର ସଂଗରେ ରହିଥାନ୍ତି ।
ବିଦ୍ୟା ମିତ୍ରଂ ପ୍ରବାସେଷୁ ଭାର୍ଯ୍ୟା ମିତ୍ର ଗୃହେଷୁ ଚ ।
ବ୍ୟାଧିତସୌଷଧଂ ମିତ୍ର ଧମେ ମିତ୍ରଂ ମୃତସ୍ୟ ।।
ଜ୍ଞାନ :
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଜ୍ଞାନ ଅସ୍ତ୍ର ରହିଛି, ସେ କୌଣସି ପରିସ୍ଥିତିରେ ନିଜକୁ ଅଲଗା ଭାବି ନଥାଏ । ବିଦ୍ୟା ଠାରୁ ବଡ କେହି ମିତ୍ର ନାହାଁନ୍ତି । ଜଣେ ଏକାକୀ ବ୍ୟକ୍ତି ବିପରିତ ପରିସ୍ଥିତିରେ ବୁଦ୍ଧି ବଳରେ ନିଜକୁ ସେଥିରୁ ବାହାର କରିଦେଇଥାଏ । ବିଦ୍ୟାରୁ ସଫଳତା ହାସଲ ହୋଇଥାଏ ।
ଔଷଧ
ରୋଗରୁ ରକ୍ଷା ପାଇବା ପାଇଁ ଔଷଧ କାମରେ ଆସିଥାଏ । ଜଣେ ପ୍ରକୃତ ମିତ୍ର ଭଳି ଔଷଧ ମଧ୍ୟ ବ୍ୟକ୍ତିକୁ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ । ଔଷଧ ନଥିଲେ ସୁସ୍ଥ ହେବା ଅସମ୍ଭବ । ମୃତ୍ୟୁ ପର୍ଯ୍ୟନ୍ତ ଔଷଧ ସାଙ୍ଗ ଦେଇଥାଏ । ଔଷଧ ଯୋଗୁ ହିଁ ସ୍ୱାସ୍ଥ୍ୟ ଭଲ ହୋଇଥାଏ ।
ଧର୍ମ
ଧର୍ମ ମନୁଷ୍ୟର ସଚ୍ଚା ସାଥୀ ହୋଇଥାଏ । ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ସର୍ବଦା ଧର୍ମ ଧନକୁ ଉପରେ ରଖିବା ଉଚିତ୍ । ଧର୍ମ ନା କେବଳ ବଞ୍ଚିଥିବା ବେଳେ ସାଙ୍ଗ ହୋଇଥାଏ, ମୃତ୍ୟୁ ପରେ ମଧ୍ୟ ବ୍ୟକ୍ତିର ସାଙ୍ଗ ହୋଇଥାଏ । ଧର୍ମ ସର୍ବଦା ବ୍ୟକ୍ତିକୁ ଠିକ ରାସ୍ତାରେ ଚଳାଇବାକୁ ପ୍ରେରଣା ଦେଇଥାଏ । ଧର୍ମ କର୍ମ ଦ୍ୱାରା ମନୁଷ୍ୟ ମୃତ୍ୟୁ ପରେ ମଧ୍ୟ ମନେ ରହିଥାନ୍ତି । ଯିଏ ପୂଣ୍ୟ କାମ କରିଥାନ୍ତି, ସେ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ହୃଦୟରେ ଅମର ହୋଇଥାନ୍ତି ।