ଆଜି ରକ୍ଷା ବନ୍ଧନ, ଭାଇ ହାତରେ ଭଉଣୀଟିଏ ବାନ୍ଧି ଦିଏ ସ୍ନେହ ଓ ଶ୍ରଦ୍ଧାର ଡୋରୀ

କେନ୍ୟୁଜ୍(ବ୍ୟୁରୋ): ଭାଇ-ଭଉଣୀଙ୍କର ସ୍ନେହର ବନ୍ଧନ ରାକ୍ଷୀ। ସବୁ ଭଉଣୀ ଅପେକ୍ଷା କରି ରହିଥାନ୍ତି ଏହି ଦିନ ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ । ଶ୍ରାବଣ ପୂର୍ଣ୍ଣିମାରେ ଏହି ରକ୍ଷା ବନ୍ଧନ ଉତ୍ସବ ପଡିଥାଏ । ତେବେ ଆଜି ରକ୍ଷା ବନ୍ଧନ ପଡୁଥିବା ବେଳେ କାଲି ଗହ୍ମା ପୂର୍ଣ୍ଣିମା ପଡୁଛି। ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନିଜ ଭଉଣୀ ବୋଲି ମାନିଥିଲେ । ତେଣୁ ତାଙ୍କୁ ସର୍ବଦା ରକ୍ଷା କରିବା ପାଇଁ ବଚନ ଦେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଯେବେ ଦ୍ରୌପଦୀଙ୍କ ଚୀରହରଣ କରାଯାଇଥିଲା, ସେହି ସମୟରେ ଜଣେ ଭାଇର କର୍ତ୍ତବ୍ୟ କରିଥିଲେ ଦ୍ୱାରିକାଧୀଶ । ରକ୍ଷା ବନ୍ଧନ ଦିନ ମଥୁରା ନରେଶ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ପ୍ରଭୁ ବିପଦ ସମୟରେ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି ।
ରାକ୍ଷୀ ବାନ୍ଧିବା ପୂର୍ବରୁ ଆଉ ଏକ କାମ କରିବା ଆପଣଙ୍କର ନିହାତି ଆବଶ୍ୟକ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆପଣ କିଛି ଦେବାଦେବୀଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିପାରିବେ । ସିଦ୍ଧି ବିନାୟକ ପ୍ରଭୁ ଶ୍ରୀଗଣେଶ ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ । ପ୍ରତ୍ୟେକ ପର୍ବ ପର୍ବାଣୀ ତଥା ଖୁଲି ଉଲ୍ଲାସର ଦିନରେ ପ୍ରଥମେ ଲମ୍ବୋଦରଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ଆପଣ ଶ୍ରୀଗଣେଶଙ୍କୁ ଭାଇଙ୍କ ପୂର୍ବରୁ ରାକ୍ଷୀ ବାନ୍ଧିବା ଉଚିତ । ବିଘ୍ନ ବିନାଶନଙ୍କର ଲାଲ୍ ରଙ୍ଗ ଖୁବ ପସନ୍ଦ । ତେଣୁ ପାର୍ବତୀନନ୍ଦନଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଏବଂ ସମସ୍ୟା ଦୂର ହୋଇଯିବ ।
ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ । ତେବେ ଏହି ରକ୍ଷା ବନ୍ଧନ ପର୍ବ ଶ୍ରାବଣ ମାସର ଶେଷ ଦିନ ଆସିଥାଏ । ତେଣୁ ବାବା ଭୋଳାନାଥଙ୍କୁ ଏହି ଦିନ ରାକ୍ଷୀ ବାନ୍ଧିଲେ ଆପଣଙ୍କ ସବୁ ମନୋକାମନା ପୂରଣ ହୋଇଥାଏ ।
ରାମଭକ୍ତ ହନୁମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ଦ୍ୱାରା ଅନେକ ସମସ୍ୟ ଦୂର ହୋଇଥାଏ । ମହାବୀର ଶ୍ରୀହନୁମାନଙ୍କୁ ମଧ୍ୟ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ପ୍ରଭୁ ବଜରଙ୍ଗୀଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା କୁଣ୍ଡଳୀରେ ମଙ୍ଗଳ ଗ୍ରହର ପ୍ରଭାବ କମ୍ ହୋଇଥାଏ । ଏହା ସହିତ ବୀର ହନୁମାନଙ୍କ କୃପାରୁ ବଳ ବୁଦ୍ଧି ପ୍ରାପ୍ତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.