ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର ଏହି ୩ ରାଶିଙ୍କ ପାଇଁ ବଢ଼ାଇବ ଅଡୁଆ

ସୂର୍ଯ୍ୟଦେବ ୧୭ ଅଗଷ୍ଟରୁ ୧୭ ସେପ୍ଟେମ୍ବର ଯାଏ ସିଂହ ରାଶିରେ ରହିବେ । ଏହି ରାଶିରେ ସୂର୍ଯ୍ୟଙ୍କ ଗୋଚର ବହୁତ ଖାସ ହୋଇଥାଏ । କାରଣ ସିଂହ ସୂର୍ଯ୍ୟଙ୍କର ସ୍ୱ ରାଶି ମଧ୍ୟ । ପୁରା ୧ ବର୍ଷ ପରେ ସୂର୍ଯ୍ୟ ଦେବ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଗୋଚର କିଛି ରାଶିଙ୍କ ପାଇଁ ଲାଭକାରୀ ହୋଇଥିବା ବେଳେ କିଛି ରାଶିଙ୍କ ପାଇଁ ଅଡୁଆ ବଢ଼ାଇବ । ବିଭିନ୍ନ କଷ୍ଟ ଦେଇପାରନ୍ତି । ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଏହା ଶୁଭ ଓ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅଶୁଭ ।

କନ୍ୟା ରାଶି :

ଏହି ଗୋଚର କନ୍ୟା ରାଶି ବାଲାଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖର୍ଚ୍ଚ ବି ଅଚାନକ ବଢ଼ିଯିବ । ନେଣ ଦେଣରୁ ଦୂରରେ ରୁହନ୍ତୁ । ଧନ ହାନି ହେବାର ଆଶଙ୍କା ରହିଛି ।

ମକର ରାଶି :

ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପାଇଁ କିଛି କଷ୍ଟ ଦେଇପାରେ । ମାନସିକ ଦୁଶ୍ଚିନ୍ତା ବଢ଼ାଇପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାହା ସହ ବାଦ ବିବାଦ ହୋଇପାରେ । ଖାଦ୍ୟ ପାନୀୟ ପ୍ରତି ଉଚିତ ଧ୍ୟାନ ଦିଅନ୍ତୁ ।

କୁମ୍ଭ ରାଶି :

ବୈବାହିକ ଜୀବନରେ ଭଲ ମନ୍ଦ ଦେଇ ଗତି କରିପାରନ୍ତି । କୌଣସି ପ୍ରକାର ବାଦ ବିବାଦ ଠାରୁ ଦୂରରେ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କୌଣସି ରୋଗ କଷ୍ଟ ପାଇ ପାରନ୍ତି । କାର୍ଯ୍ୟସ୍ଥଳୀରେ ଅସୁବିଧା ଦେଖା ଦେଇପାରେ ।

Leave A Reply

Your email address will not be published.