ରକ୍ଷାବନ୍ଧନ ଯାଏ ୪ ରାଶି ଉପରେ ସଙ୍କଟ! ମଙ୍ଗଳ-ରାହୁଙ୍କ ଅଶୁଭ ଯୋଗ ବଢ଼ାଇବ ସମସ୍ୟା, ବର୍ତ୍ତିବା ପାଇଁ କରନ୍ତୁ ଏହି ଉପାୟ

ଗ୍ରହମାନଙ୍କ ସେନାପତି ମଙ୍ଗଳ ଜୁନ୍‌ ୨୭ରେ ମେଷ ରାଶିରେ ପ୍ରବେଶ କରିଥିଲେ। ଏହି ରାଶିରେ ରାହୁ ପୂର୍ବରୁ ହିଁ ବିରାଜମାନ ଥିଲେ। ଏଥିପାଇଁ ଦୁଇ ଗ୍ରହଙ୍କ ମିଳନରୁ ମେଷ ରାଶିରେ ଅଙ୍ଗକାରକ ଯୋଗ ନିର୍ମାଣ ହୋଇଛି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ଯୋଗ କୁହାଯାଏ।

ମେଷ ରାଶିରେ ଅଙ୍ଗକାରକ ଯୋଗ ୧୦ ଅଗଷ୍ଟ ପର୍ଯ୍ୟନ୍ତ ରହିବ ଏବଂ ୧୧ ଅଗଷ୍ଟ ଅର୍ଥାତ୍‌ ପରଦିନ ରକ୍ଷାବନ୍ଧନ ଉତ୍ସବ ରହିଛି। ଜ୍ୟୋତିଷଙ୍କ କହିବା ହେଲା, ଅଙ୍ଗକାରକ ଯୋଗ କାରଣରୁ ରକ୍ଷାବନ୍ଧନ ଯାଏ ୪ ରାଶିର ଲୋକଙ୍କୁ ବହୁତ ସମ୍ଭାଳି ରହିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମେଷ: ରାହୁ ଓ ମଙ୍ଗଳର ସଂଯୋଗରୁ ମେଷ ରାଶିରେ ଅଙ୍ଗକାରକ ଯୋଗ ନିର୍ମାଣ ହେଉଛି। ଏଥିପାଇଁ ଏହି ରାଶିର ଲୋକଙ୍କୁ ରକ୍ଷାବନ୍ଧନ ପର୍ଯ୍ୟନ୍ତ ହାତେ ମାପି ଚାଖଣ୍ଡେ ଚାଲିବାକୁ ପରାମର୍ଶ ଦିଆଯାଇଛି। ମେଷ ରାଶିର ଲୋକଙ୍କ ବ୍ୟବହାର ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଳି, ଝଗଡ଼ାରୁ ଦୂରେଇ ରୁହନ୍ତୁ। ଅନ୍ୟଠୁ ମାଗି ଗାଡ଼ି ଚଲାଇବାର ଭୁଲ୍‌ କରନ୍ତୁ ନାହିଁ।

ବୃଷ: ୧୦ ଅଗଷ୍ଟ ପର୍ଯ୍ୟନ୍ତ ବୃଷ ରାଶିର ଲୋକଙ୍କୁ ବି ସମ୍ଭାଳି ରହିବାକୁ ପରାମର୍ଶ ଦିଆଯାଇଛି। ଅଙ୍ଗକାରକ ଯୋଗ ଦୁର୍ଘଟଣାର ସମ୍ଭାବନା ବଢ଼ାଇବ। ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ଦ୍ୱାରା ଆପଣଙ୍କୁ ହିଁ କ୍ଷତି ହୋଇପାରେ। ପଇସା ଦେବା ନେବାରେ ସାବଧାନତା ଅବଲମ୍ବନ କରନ୍ତୁ। କାହାଠାରୁ ଧାର, କରଜ ନିଅନ୍ତୁ ନାହିଁ। ଏହି ସମୟରେ ହୋଇଥିବା ବିତ୍ତୀୟ ଲେଣଦେଣ ଲମ୍ବା ସମୟ ପର୍ଯ୍ୟନ୍ତ ଫସିକି ରହିପାରେ।

କର୍କଟ: ରକ୍ଷାବନ୍ଧନ ପର୍ଯ୍ୟନ୍ତ କର୍କଟ ରାଶିର ଲୋକେ ବି ସତର୍କ ରୁହନ୍ତୁ। ଅଙ୍ଗକାରକ ଯୋଗ କ୍ରୋଧ ଏବଂ ଅନିୟନ୍ତ୍ରିତ ବାଣୀର କାରଣ ହୋଇପାରେ। ଏହି ସମୟରେ ହୋଇଥିବା କ୍ଷତିର ଭରଣା ବହୁତ ମୁସ୍କିଲରେ ହେବ। ଆଘାତ ପାଇବାରୁ ଦୂରେଇ ରୁହନ୍ତୁ। ଗାଡ଼ିମୋଟର ସାବଧାନତାର ସହ ଚଲାନ୍ତୁ। ତରବରିଆ ଭାବେ ନିଆଯାଇଥିବା ନିର୍ଣ୍ଣୟ କ୍ଷତି ପହଞ୍ଚାଇବ। ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ।

ତୂଳା: ଅଙ୍ଗକାରକ ଯୋଗ ରହୁଥିବାରୁ ଏହି ରାଶିର ଲୋକେ ଦେଖି ଚାହିଁ ଚଳନ୍ତୁ। ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। ଘରେ କଳି, ଝଗଡ଼ାର ପରିବେଶ ରହିପାରେ। ସାଥୀଙ୍କ ସହ କୌଣସି ବି କଥା ଉପରେ ମତାନ୍ତର ହୋଇପାରେ। କ୍ୟାରିୟର କ୍ଷେତ୍ରରେ ମଧ୍ୟ ଅସୁବିଧାର ସାମ୍ନା କରି ପାରନ୍ତି। ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ।

ଦୁଷ୍ପ୍ରଭାବରୁ ବଞ୍ଚିବା ପାଇଁ କରନ୍ତୁ ଉପାୟ

ଅଙ୍ଗକାରକ ଯୋଗର ଦୁଷ୍ପ୍ରଭାବରୁ ବଞ୍ଚିବା ପାଇଁ ମଙ୍ଗଳବାର ବ୍ରତ ରଖନ୍ତୁ ଏବଂ ହନୁମାନଙ୍କ ପୂଜା କରନ୍ତୁ। ପ୍ରତ୍ୟେକ ଦିନ ଦୀପ ଜଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.