ରହସ୍ଯମୟ ଶ୍ରୀମନ୍ଦିର ! ଏଭଳି କିଛି କଥା ଯାହା ଆଜି ଯାଏଁ କାହାକୁ ବି ନାହିଁ ଜଣା

ଶ୍ରୀଜଗନ୍ନାଥଙ୍କ ନାମ ମନକୁ ଆସିଲେ କେବଳ ଓଡ଼ିଆ ନୁହନ୍ତି ବିଶ୍ୱର କୋଟି କୋଟି ଲୋକ ଭାବବିହ୍ଵଳ ହୋଇପଡ଼ନ୍ତି । ଆମ ସଂସ୍କୃତି, ଆଉ ଭକ୍ତି ଓ ଜନଜୀବନ ସହ କାହିଁ କେତେ କାଳରୁ ଜଡ଼ିତ ପ୍ରଭୁ ଜଗନ୍ନାଥ । ଶ୍ରୀକ୍ଷେତ୍ରରେ ପାଦ ପଡ଼ିଲେ ଭକ୍ତିରେ ମୁଣ୍ଡ ନଇଁଯାଏ । ମନ ଭିତରେ ଛୁଟେ ଭକ୍ତି ଭାବନାର ସ୍ରୋତ । ଏସବୁ ଯୋଗୁଁ ସବୁବେଳେ ଆମେ ପ୍ରଭୁଙ୍କ କଥାମୃତ ଶୁଣିଲେ ବି ନୂଆ ଲାଗେ । ଆଜି ଏମିତି କିଛି ଅଦଭୁତ, ରହସ୍ୟମୟ କଥା ଜଣାଉଛି ଶ୍ରୀମନ୍ଦିର ବିଷୟରେ । ଯେଉଁଠି ଆଧୁନିକ ବିଜ୍ଞାନ ବି ଫେଲ୍‌ ମାରିଛି ।

ଶ୍ରୀମନ୍ଦିରରେ ବର୍ଷକୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ପ୍ରସାଦ ଗ୍ରହଣ କରିଥାନ୍ତି । ଏଠାରେ କେବେବି ଅନ୍ନ ପ୍ରସାଦର ଅଭାବ ଘଟିନଥାଏ । ରୋଷେଇଶାଳାରେ ମାଟି ହାଣ୍ଡିରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତି ଦିନ ପହଡ଼ ପଡ଼ିବା ପରେ ଆପେ ଆପେ ସମସ୍ତ ଖାଦ୍ୟ ଭଣ୍ଡାରରୁ ଖାଲି ହୋଇଯାଇଥାଏ ଏବଂ ପୁଣି ପରଦିନ ଷାଠିଏ ପଉଟି ମହାପ୍ରସାଦ ରନ୍ଧା ହୋଇଥାଏ ।
ମନ୍ଦିରର ଅତି ନିକଟରେ ରହିଛି ସମୁଦ୍ର । ଯାହାର ନାଁ ମହୋଦଧି । ମନ୍ଦିର ବାହାରେ ଠିଆ ହେବା ମାତ୍ରେ ସମୁଦ୍ର ଗର୍ଜନର ଶବ୍ଦ ଶୁଭିଥାଏ । ହେଲେ ମନ୍ଦିର ଭିତରକୁ ସାମାନ୍ୟ ଶବ୍ଦ ବି ଶୁଭାଯାଇନଥାଏ । ଏହାର କାରଣ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ଜାଣି ପାରିନାହାନ୍ତି ।
ଆଉ ଗୋଟିଏ ବିଶେଷ କଥା ହେଉଛି ଆଜି ପର୍ଯ୍ୟନ୍ତ ମନ୍ଦିର ଉପରେ କୌଣସି ପକ୍ଷୀ କିମ୍ବା ଚଢ଼େଇ ବସିଥିବାର ଦେଖାଯାଇ ନାହିଁ। ଏହା ଏକ ଅଲୌକିକ ଘଟଣା । ଏପରି ମଧ୍ୟ ବିଶ୍ୱାସ ରହିଛି, ଯଦି ଶ୍ରୀମନ୍ଦିର ଉପରେ କୌଣସି ପକ୍ଷୀ ଉଡ଼ୁଥିବା ବା ବସିଥିବା ଦେଖାଯାଏ ତେବେ ଏହା ଅର୍ଥ ଆଗକୁ କିଛି ବିପଦ ଆସିପାରେ ।

ଜଗନ୍ନାଥ ମନ୍ଦିରର ବାନାରେ ମଧ୍ୟ ରହିଛି ଏକ ଅଦ୍ଭୁତ ରହସ୍ୟ । ଶ୍ରୀମନ୍ଦିର ବାନା ସର୍ବଦା ପବନ ବହୁଥିବାର ଦିଗର ବିପରୀତ ଦିଗରେ ଉଡ଼ିଥାଏ । ସବୁଠାରୁ ଖାସ କଥା ହେଉଛି ଏହି ପତିତପାବନ ବାନାକୁ ବଦଳାଉଥିବା ବ୍ୟକ୍ତି ମଧ୍ୟ ସବୁବେଳେ ଓଲଟା ଚଢ଼ି ମନ୍ଦିର ଉପରକୁ ଯାଇଥାନ୍ତି । ଦୈନିକ ନୀତିରେ ମନ୍ଦିରର ବାନା ପରିବର୍ତ୍ତନ କରାଯାଇଥାଏ । ଯଦି ଏହି ନୀତିରେ ବାଧା ହୁଏ ତେବେ ମନ୍ଦିର ପୂରା ୧୮ ବର୍ଷ ପାଇଁ ବନ୍ଦ ହୋଇଯିବ ବୋଲି ମାନ୍ୟତା ରହିଛି।
ସାଧାରଣତଃ ସୂର୍ଯ୍ଯଙ୍କ କିରଣ ପଡ଼ିବା ମାତ୍ରେ ସମସ୍ତ ଜିନିଷ ଏବଂ ମନୁଷ୍ୟ ଓ ପଶୁ ପକ୍ଷୀଙ୍କର ଛାଇ ସୃଷ୍ଟି ହୋଇଥାଏ । କିନ୍ତୁ ମନ୍ଦିର ମୁଣ୍ଡିରେ ଯେତେ ଖରା ପଡ଼ିଲେ ମଧ୍ୟ କେବେ ଛାଇ ସୃଷ୍ଟି ହୁଏନାହିଁ । ଏଥି ସହ ମନ୍ଦିର ମୁଣ୍ଡିରେ ଲାଗିଥିବା ନୀଳଚକ୍ର ମଧ୍ୟ ବହୁ ରହସ୍ୟମୟ । ଏହାକୁ ଯେଉଁ ଦିଗରୁ ଦେଖିଲେ ତାହା ସିଧା ହିଁ ଦେଖାଯାଇଥାଏ ।
ଶ୍ରୀମନ୍ଦିର ପରିସରରେ ରହିଥିବା ଭେଙ୍କେଟେଶ୍ବର ମୂର୍ତ୍ତିର କେଶ ବାସ୍ତବ କହୁଯାଇଥିବା ବେଳେ ଏଥିରେ ସର୍ବଦା ଏପରି ଚମକ ରହିଥାଏ ବୋଲି କୁହାଯାଏ । ଏଥିସହ ଭେଙ୍କେଟେଶ୍ବରଙ୍କ ମୂର୍ତ୍ତିର ପଛ ପାଖକୁ ସ୍ପର୍ଶ କଲେ ନରମ ଲାଗିଥାଏ ।
ଏମିତି ଅନେକ ଅଲୌକିକତା ରହିଛି ଶ୍ରୀଜଗନ୍ନାଥଙ୍କର ଓ ଶ୍ରୀମନ୍ଦିରର । ଯାହାକୁ ବଖାଣିଲେ ସରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.