୨୪ ସେପ୍ଟେମ୍ବରରୁ ଚମକିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଧନ ଦାତା ଶୁକ୍ର ଦେବଙ୍କ ରହିବ ବିଶେଷ କୃପା

ବୈଦିକ ଜ୍ୟୋତିଷ ଅନୁସାରେ ଶୁକ୍ର ଦେବ ୨୪ ସେପ୍ଟେମ୍ବରରୁ କନ୍ୟା ରାଶିରେ ଗୋଚର କରିବେ । ଯାହାର ସିଧା ପ୍ରଭାବ ମାନବ ଜୀବନ ଓ ପୃଥିବୀ ଉପରେ ପଡ଼ିବ । ଧନ ଓ ଐଶ୍ୱର୍ଯ୍ୟର ଦାତା ଶୁକ୍ର ଦେବ କନ୍ୟା ରାଶିରେ ଗୋଚର କରିବେ । ଯାହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ ।

କିନ୍ତୁ ବିଶେଷକରି ୩ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବ । ଫଳରେ ଏମାନେ ଅଧିକ ମାତ୍ରାରେ ଉପକୃତ ହେବେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଦେବଙ୍କର ବିଶେଷ କୃପା ଯୋଗୁ ଏମାନଙ୍କ ଭାଗ୍ୟ ଚମକିବ । ଆସନ୍ତୁ ଜାଣିବା କେଉଁମାନେ ଏହି ରାଶିର ବ୍ୟକ୍ତି ।

ବିଚ୍ଛା ରାଶି :

ଶୁକ୍ର ଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ଆର୍ଥିକ ଭାବେ ଲାଭକାରୀ ହେବ । କାରଣ ଆପଣଙ୍କ ଗୋଚର କୁଣ୍ଡଳୀରେ ଶୁକ୍ରଦେବ ୧୧ଶ ଭାବରେ ଗୋଚର କରିବେ । ଫଳରେ ଆପଣଙ୍କ ଆୟରେ ଭଲ ବୃଦ୍ଧି ଘଟିବ । ଏଥିସହିତ ଆପଣଙ୍କ ଆୟରେ ନୂଆ ମାଧ୍ୟମ ମଧ୍ୟ ଖୋଲିଯିବ । ଯେଉଁ ଲୋକଙ୍କ କ୍ୟାରିଅର ମଡିଆ, ଫିଲ୍ମ,ଅଭିନୟ, ଫେଶନ ଡିଜାଇନିଂ ସମ୍ବଧିତ ଅଟେ,ସେମାନଙ୍କର ସମୟ ବହୁତ ସୁନ୍ଦର ହେବ । ଆପଣଙ୍କ ବେପାର ଓ କ୍ୟାରିଅରରେ ଭଲ ସଫଳତା ମିଳିବ । ଅଧିକ ଲାଭ ପାଇଁ ଟାଇଗର ଷ୍ଟୋନ ଧାରଣ କରିପାରିବେ ।

ସିଂହ ରାଶି :

ଶୁକ୍ରଙ୍କ ଗୋଚର ଆପଣଙ୍କ ପାଇଁ ବେଶ୍‌ ଶୁଭପ୍ରଦ ହେବ । ବେପାରରେ ଭଲ ଧନ ଲାଭ ଯୋଗ ରହିଛି । କାରଣ ଆପଣ ଗୋଚର କୁଣ୍ଡଳୀରେ ଶୁକ୍ର ଦେବ ୨ୟ ସ୍ଥାନରେ ରହୁଛନ୍ତି । ଏହି ସମୟରେ ଆପଣ ବିଭିନ୍ନ ସ୍ରୋତରୁ ଧନ ରୋଜଗାର କରିବେ । ଏହାଛଡ଼ା ଆପଣଙ୍କୁ ଆକସ୍ମିକ ଧନ ଲାଭ ଯୋଗ ମଧ୍ୟ ରହିଛି । ଉଧାର ଧନ ଫେରି ପାଇବେ । ଓକିଲ, ଶିକ୍ଷକ ଓ ମାର୍କେଟିଂ କ୍ୟାରିଅର ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ସୁନ୍ଦର ରହିବ । ଏହି ସମୟରେ ଫିରୋଜ ରତ୍ନ ଆପଣଙ୍କ ପାଇଁ ଭାଗ୍ୟଶୀଳ ହୋଇଥାଏ ।

 

Leave A Reply

Your email address will not be published.