ବିଦୁର ନୀତି : ଏ ହାତରେ ଦିଆଯାଇଥିବା ଧନ ସଂକଟ ସମୟରେ ଆସିଥାଏ କାମରେ, ଜରୁର ରଖନ୍ତୁ ଧ୍ୟାନ

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ମହତ୍ମା ବିଦୁର ତାଙ୍କ ନୀତିରେ କହିଛନ୍ତି ଯେ ଆପଣ ରୋଜଗାର କରୁଥିବା ଧନ କାହାକୁ ଦେବା ଜରୁରୀ ।

ପତ୍ନୀଙ୍କ ହାତରେ ଦେବାକୁ ହୋଇଥାଏ ଧନ

ବିଦୁର ନୀତି ଅନୁସାରେ ଥରେ ମହାରାଜ ଧୃତରାଷ୍ଟ୍ର ମହାତ୍ମା ବିଦୁରଙ୍କୁ ପଚାରିଲେ ଯେ ବିଦୁର କୁହନ୍ତୁ ଧନ କାହା ହାତରେ ଦେବା ଦରକାର । ବିଦୁର ଏହି କଥା ଶୁଣିବା ପରେ ବିନା ବିଳମ୍ବରେ କହିଲେ ‘ମହାରାଜ ଧନ ତ ସର୍ବଦା ସ୍ତ୍ରୀ ବା ପତ୍ନୀଙ୍କ ହାତରେ ଦେବା ଦରକାର’ । ମହାରାଜ ପଚାରିଲେ ଏପରି କାହିଁକି ? ବିଦୁର ବିନମ୍ରତାର ସହ କହିଲେ ‘ମହାରାଜ, ଯେଉଁ ବ୍ୟକ୍ତି ନିଜ ରୋଜଗାର ଧନ ସ୍ତ୍ରୀ ହାତରେ ଦେଇଥାଏ, ତାଙ୍କ ଧନରେ ବୃଦ୍ଧି ତ ହୋଇଥାଏ ।

ଏହି ଧନ ମଧ୍ୟ ସଂକଟ ସମୟରେ ମଧ୍ୟ କାମରେ ଆସିଥାଏ । ବିଦୁରଙ୍କ ନୀତି ଅନୁଯାୟୀ ଧନ ମାମଲାରେ ସ୍ତ୍ରୀମାନେ ଅଧିକ ସଜାଗ ରହିଥାନ୍ତି । ତେଣୁ ସର୍ବଦା ସ୍ତ୍ରୀଙ୍କ ହାତରେ ଧନ ଦେବା ଉଚିତ୍‌ । ବିଦୁର ନୀତି ଅନୁସାରେ ଧନ ସଂଚୟ ମାମଲାରେ ତାଙ୍କର ଭାବନା ସର୍ବଦା କାମରେ ଆସିଥାଏ ।

Leave A Reply

Your email address will not be published.