ବୋତଲରେ ବନାଇଲେ ଏମିତି ଯୋଗାଡ, ଭିଡ଼ିଓ ଦେଖିଲେ ଆପଣ କହିବେ ବାଃ ଓସ୍ତାଦ, କି ବୁଦ୍ଧି

ଭାରତରେ ବୁଦ୍ଧିଆ ଲୋକଙ୍କର ଅଭାବ ନାହିଁ । ହେଲେ ଏହି ବୁଦ୍ଧିମାନ ଲୋକଙ୍କ କାରନାମା ବଣ ମଲ୍ଲି ପରି ବଣରେ ଫୁଟି ଝଡିଯାଉଥିଲା । ଏବେ ସୋସିଆଲ ମିଡିଆ ସକ୍ରିୟ ହେବା ପରେ ଲୋକଙ୍କ ଏହି ବିଚକ୍ଷଣତା ସମସ୍ତଙ୍କ ନଜରକୁ ଆସୁଛି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି କୋଲ୍ଡ ଡ୍ରିଙ୍କସ ବୋତଲରେ ଏପରି ଏକ ଯୋଗାଡ ଲଗାଇଛନ୍ତି, ଯାହାକୁ ଦେଖିଲେ ଆପଣ କହିବେ ବାଃ ଓସ୍ତାଦ, ଆପଣଙ୍କର କି ବୁଦ୍ଧି ।


ବ୍ୟକ୍ତି ଜଣକ ଏକ କୋଲ୍ଡ ଡ୍ରିଙ୍କସ ବୋତଲରେ ଏମିତି ଏକ ଯୋଗାଡ ଲଗାଇଛନ୍ତି,ଯାହାଦ୍ୱାରା ଗଛରୁ ଫଳ ଅତି ସୁନ୍ଦର ଭାବେ ତୋଳାଯାଇ ପାରିବ । ଫଳଗୁଡ଼ିକ ତଳେ ଯେପରି ନପଡେ ସେଥିପାଇଁ ବ୍ୟକ୍ତି ଏହି କୌଶଳ ଆପଣେଇଛନ୍ତି । ଗଛରୁ ଅତି ସୁନ୍ଦର ଭାବେ ଫଳଗୁଡ଼ିକ ତୋଳାଯାଇ ପାରୁଛି । ଏହି ଭିଡିଓଟି ଭାଇରାଲ ହୋଇଛି । ଏହାକୁ ୩ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି । ପଳ ତୋଳିବାର ଏମିତି ଯୋଗାଡକୁ ଦେଖି ଲୋକେ କହୁଛନ୍ତି ବାଃ ଓସ୍ତାଦ, କି ବୁଦ୍ଧି । ଆପଣ ଏହି ଭିଡିଓ ଦେଖନ୍ତୁ । ଆପଣ ବି କ କହି ରହିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.