ଭୁଲରେ ବି ଏହି କାନ୍ଥରେ କରନ୍ତୁନାହିଁ ପରିସ୍ରା, ଓଲଟି ଓଦାରେ ଲତପତ୍‌ ହୋଇଯିବେ ଆପଣ

ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଜୋର ସୋରରେ ଚାଲୁଛି। ଗୋଟେ ସମୟ ଥିଲା ଯେତେବେଳେ ଭାରତର ପ୍ରାୟ ପ୍ରତ୍ୟେକ ରାସ୍ତା ପାର୍ଶ୍ୱରେ ଗଲାବେଳେ ଆପଣଙ୍କୁ ପରିସ୍ରାର ଦୁର୍ଗନ୍ଧ ଆସୁଥିଲା। ଲୋକମାନଙ୍କର ରାସ୍ତା ସାଇଡରେ ପରିସ୍ରା କରିବା ଅଭ୍ୟାସ ବହୁତ ଥିଲା। କିନ୍ତୁ ଏହାପରେ ସରକାର ଏଥିପ୍ରତି କଠୋର ହେଲେ ଆଉ କାନ୍ଥରେ ପରିସ୍ରା କରୁଥିବା ଲୋକଙ୍କ ପାଇଁ ଅନେକ ବାର୍ତ୍ତା ଲେଖିବା ଆରମ୍ଭ କରିଦେଲେ। ଯାହାଦ୍ୱାରା କାନ୍ଥରେ ପରିସ୍ରା କରୁଥିବା ଲୋକଙ୍କୁ ଏପରି କରିବା ପାଇଁ ଲାଜ ଲାଗିବ ଏବଂ ସେ ଏଭଳି ଅଭ୍ୟାସକୁ ପୁର୍ନବାର କରିବେନାହିଁ। କିନ୍ତୁ ଭାରତର ଲୋକମାନେ କଣ ଏତେ ଜଲଦି ସୁଧୁରିବା ଲୋକ। ଆଜି ବି ଏମିତି ଅନେକ ସ୍ପଟ୍‌ ଆପଣ ଦେଖିବାକୁ ପାଇବେ ଯେଉଁଠି ଲୋକମାନେ ଅଲାଜୁକଙ୍କ ଭଳି ପରିସ୍ରା କରୁଥିବା ଦେଖିବାକୁ ମିଳୁଛି।

ଆପଣ ଭାବୁଛନ୍ତି କି ଏମିତି କେବଳ ଆମ ଭାରତରେ ହେଉଛି, ନା ଏପରି ସମସ୍ୟା ବିଦେଶରେ ବି ହେଉଛି। ବିଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଖୁଲମଖୁଲା ପରିସ୍ରା କରିବାକୁ ଡରୁନାହାଁନ୍ତି। ଯଦିଓ ସେଠାରେ ଆଇନ୍‌ କଠୋର ରହିଛି। ଏହି କାରଣରୁ ଏମିତି ମାମଲା ବହୁତ କମ୍‌ ସାମ୍ନାକୁ ଆସିଥାଏ। ତଥାପି କିଛି ଲୋକ ମୁହଁ ଲୁଚାଇ କାନ୍ଥ ଓଦା କରିବାକୁ ପଛାଉନାହାଁନ୍ତି। ତେଣୁ ଏହିଭଳି ଲୋକଙ୍କୁ ମଜା ଚଖାଇବା ପାଇଁ ଜର୍ମାନୀର ଜଣେ ବ୍ୟକ୍ତି ବହୁତ ଖାସ୍‌ ଟେକନିକ ଆପଣାଇଛନ୍ତି। ଆଜ୍ଞା ହଁ, ଜର୍ମାନୀର କିଛି କାନ୍ଥ ଏପରି ରହିଛି, ଯେଉଁଠି ଯଦି କେହି ବ୍ୟକ୍ତି ପରିସ୍ରା କରିବେ ତାହେଲେ କାନ୍ଥ ଓଲଟି ବ୍ୟକ୍ତିଙ୍କୁ ଓଦା କରିଦେବ। ତାହେଲେ ଆସନ୍ତୁ ଜାଣିବା ଏହି ଖାସ୍‌ କାନ୍ଥ ବିଷୟରେ।

ହାଇଟେକ୍‌ ପେଣ୍ଟର କମାଲ୍‌

ଜର୍ମାନୀରେ ସରକାର ଏମିତି ଲୋକଙ୍କୁ ନେଇ ଏକଦମ୍‌ ବିରକ୍ତ ହୋଇଗଲେଣି। ଲୋକମାନେ କ୍ୟାମେରା ଏବଂ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଅନେକ ପବ୍ଲିକ ପ୍ଲେସରେ ଥିବା କାନ୍ଥରେ ପରିସ୍ରା କରୁଛନ୍ତି। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ଜର୍ମାନୀର ଏକ ଖାସ୍‌ ଟେକନିକର ଉପଯୋଗ କରାଯାଇଛି। ଏଠାରେ ଥିବା କାନ୍ଥରେ ଏକ ଖାସ୍‌ ପେଣ୍ଟ ବ୍ୟବହାର କରାଯାଇଛି। ଆଉ ଏହି ପେଣ୍ଟ ବହୁତ ହାଇଟେକ। ଯଦି ଏହି ପେଣ୍ଟ ଉପରକୁ କୌଣସି ଲିକ୍ୱିଡ୍‌ ଯିବ ତାହେଲେ ଏହି କାନ୍ଥ ଏହାକୁ ସାମ୍ନା ବାଲା ଉପରକୁ ଫୋପାଡି ଦେବ।

ଏହି ପେଣ୍ଟର ବ୍ୟବହାର ସେହି କାନ୍ଥରେ କରାଯାଇଛି, ଯେଉଁ ସ୍ଥାନରେ ଲୋକମାନେ ସବୁଠାରୁ ଅଧିକ ପରିସ୍ରା କରୁଛନ୍ତି। ଏମିତିରେ ଏହି କାନ୍ଥରେ ଯେଉଁ ବି ଲୋକ ପରିସ୍ରା କରିବ, ପେଣ୍ଟ କାରଣରୁ ସେହି ପରିସ୍ରା ରିଭର୍ସ ହୋଇ ସେହି ଲୋକଙ୍କ ଉପରେ ଆସିକି ପଡିବ। ଏହି ପେଣ୍ଟକୁ ଜର୍ମାନୀର ଅନେକ ଚର୍ଚ୍ଚିତ ଅଟ୍ଟାଳିକା ଉପରେ ଲଗାଯାଇଛି। ଯାହାଦ୍ୱାରା ଲୋକମାନେ ପରିସ୍ରା କରି ଆଉ କାନ୍ଥ ଖରାପ କରିବେନି। ଏହି ପେଣ୍ଟ ଦିଆଯାଇଥିବା କାନ୍ଥରେ ପରିସ୍ରା କରୁଥିବା ଲୋକଙ୍କୁ ଭଲ ମଜା ଚଖାଇଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସ୍ପେଶାଲ ପେଣ୍ଟ ବହୁତ ମହଙ୍ଗା ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.