ଦୁର୍ବଳ ରାହୁ ଦେଇଥାଏ ମାନସିକ ଏବଂ ଶାରୀରିକ ଅସୁବିଧା ,ଜାଣନ୍ତୁ ଏହାକୁ ମଜବୁତ କରିବାର ଉପାୟ

ହିନ୍ଦୁ ଜ୍ୟୋତିଷରେ ରାହୁକୁ ପାପୀଗ୍ରହ ମନାଯାଇଥାଏ । ମିଥୁନ ରାଶିରେ ଏହା ଉଚ୍ଚ ସ୍ଥାନରେ ରହିଥାଏ ଏବଂ ଧନୁ ରାଶିରେ ନୀଚ୍ଚ ରେ ରହି ଥାଏ । ରାହୁ ଗ୍ରହକୁ ନଷ୍ଟକାରୀ ଗ୍ରହ କୁହାଯାଇଥାଏ । କିନ୍ତୁ ଏମିତି ନୁହେଁ ଯେ ଏ ସବୁବେଳେ ଖରାପ ଫଳ ଦେଇଥାଏ । ଯଦି ଜାତକରେ ଏହାର ସ୍ଥିତି ମଜବୁତ ଅଛି ତେବେ ଏ ଭଲ ଫଳ ମଧ୍ୟ ଦେଇଥାଏ । ବର୍ତ୍ତମାନ ରାହୁ ମେଷ ରାଶିରେ ଗୋଚର କରୁଛି ଯେଉଁଠାରେ ଏହା ୨୦୨୩ ପର୍ଯ୍ୟନ୍ତ ରହିବ । ହିନ୍ଦୁ ଜ୍ୟୋତିଷରେ ରାହୁକୁ ପାପୀ ଗ୍ରହ ମନାଯାଇଥାଏ । ମନୁଷ୍ୟର ମସ୍ତିଷ୍କରେ ରାହୁ ଭଲ ମନ୍ଦ ବିଚାର ଜନ୍ମ ଦେଇଥାଏ । ଜାଣନ୍ତୁ ରାହୁକୁ ମଜବୁତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେଉଁ ଉପାୟ କୁହାଯାଇଛି ।

ରାହୁକୁ ମଜବୁତ କରିବା ପାଇଁ ଉପାୟ –

– ରୁପା ପଇସା ସର୍ବଦା ପାଖରେ ରଖନ୍ତୁ ।

– ଗଙ୍ଗା ଜଳ ପାଣିରେ ପକେଇ ସବୁଦିନ ସ୍ନାନ କରନ୍ତୁ ।

– କଳା କୁକୁରର ସେବା କରନ୍ତୁ । ତାକୁ ସବୁଦିନ ଖାଇବାକୁ ଦିଅନ୍ତୁ ।

– ମାଂସ -ମାଛ ଏବଂ ମଦ ଇତ୍ୟାଦି ମାଦକ ପଦାର୍ଥ ସେବନ କରନ୍ତୁ ନାହିଁ ।

– ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରନ୍ତୁ ।

– ଲୁହାର ଛଲ୍ଲା ଏବଂ କଡ଼ା ପିନ୍ଧନ୍ତୁ ।

– ପ୍ରତିଦିନ ସକାଳେ ଚନ୍ଦନର ତିଳକ ଲଗାନ୍ତୁ ।

– ରାହୁକୁ ମଜବୁତ କରିବା ପାଇଁ ଘରର ପୂର୍ବ ଏବଂ ଉତ୍ତର -ପଶ୍ଚିମ କାନ୍ଥରେ ମୟୁର ପୁଚ୍ଛ ଲଗାନ୍ତୁ ।

– କଳା କୁକୁରକୁ ମିଠା ରୁଟି ଖୁଆନ୍ତୁ ।

ରାହୁକୁ ମଜବୁତ କରିବା ପାଇଁ ରତ୍ନ –

ରତ୍ନ ଶାସ୍ତ୍ର ଅନୁସାରେ ଗୋମେଦ ରତ୍ନ ରାହୁ ର ଖରାପ ପ୍ରଭାବକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଲାଜବର୍ତ ରତ୍ନ ମଧ୍ୟ ରାହୁ ପାଇଁ ଶୁଭ ମାନାଯାଇଥାଏ । ଏହି ରତ୍ନ ଗାଢ଼ ନୀଳ ରଙ୍ଗର ହୋଇଥାଏ ଏବଂ ଏହାର ଭିତର ହାଲକା ନୀଳ ରଙ୍ଗର ଧାର ଦେଖାଇ ଦେଇଥାଏ । ଏହି ରତ୍ନକୁ ଧାରଣ କରିବା ଦ୍ୱାରା କେବଳ ରାହୁ ନୁହେଁ ବରଂ ଶନି ଏବଂ କେତୁ ଗ୍ରହ ମଧ୍ୟ ମଜବୁତ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.