ପଶ୍ଚିମବଙ୍ଗ ମହିଳା ଶୋଇବା ପ୍ରତିଯୋଗିତାରେ ସୃଷ୍ଟି କଲେ ରେକର୍ଡ଼, ଜିତିଲେ ୬ ଲକ୍ଷ ଟଙ୍କା

ଟଙ୍କା ରୋଜଗାର କରିବାକୁ ହେଲେ ପ୍ରତ୍ୟେକ ମଣିଷକୁ କିଛି ନା କିଛି କାମ କରିବାକୁ ପଡେ। ଏମିତିକି କିଛି ଲୋକ ଚାକିରି କରି ଟଙ୍କା ରୋଜଗାର କରନ୍ତି ତ ଆଉ କିଏ ନିଜର ବାଣିଜ୍ୟ ବ୍ୟବସାୟ କରି। ତେବେ ଆପଣ ଜାଣିଥିବେ ମସ୍ତଙ୍କ ଜୀବନରେ ନିଜ ନିଜର ହବି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ କୁହାଯାଏ ନିଜର ଭଲ ହବିକୁ ବଜାୟ ରଖିବା ନିହାତି ଜରୁର। ଏମିତିକି କିଛି ଲୋକ ନିଜ ହବିରେ ଶୋଇବା ମଧ୍ୟ ମିଶାନ୍ତି।

ଆପଣ ଜାଣି ଆସର୍ଯ୍ୟ ହେବେ ଯେ ଜଣେ ମହିଳା କେବଳ ଶୋଇ ରହି ରୋଜଗାର କରିଛନ୍ତି ୬ ଲକ୍ଷ ଟଙ୍କା। ପଶ୍ଚିମବଙ୍ଗର ତ୍ରିପର୍ନା ଚକ୍ରବର୍ତ୍ତୀଙ୍କୁ ଶୋଇବା ପାଇଁ ୧ ଲକ୍ଷ ଟଙ୍କା ଚେକ୍ ଦିଆଯାଇଛି। ହୁଗୁଳୀର ଶ୍ରୀରାମପୁରରେ ରୁହନ୍ତି ସେ। ମୋଟ ୧୦୦ ଦିନ ପାଇଁ ପ୍ରତିଦିନ ୯ ଘଣ୍ଟା ଶୋଇବାର ରେକର୍ଡ ସୃଷ୍ଟି କରିଛନ୍ତି ତ୍ରିପର୍ନା।

ଏକ ରିପୋର୍ଟ ଅନୁଯାୟୀ ଏହି ପ୍ରତିଯୋଗିତା ଅଲ ଇଣ୍ଡିଆ ସ୍ତରରେ ଆୟୋଜିତ ହୋଇଥିଲା , ଯେଉଁଥିରେ ୪.୫ ଲକ୍ଷ ଲୋକ ଆବେଦନ କରିଥିଲେ। ଏଥିମଧ୍ୟରୁ ମୋଟ ୧୫ ପ୍ରତିଯୋଗୀ ଚୟନ କରାଯାଇଥିଲା। ତା’ପରେ କେବଳ ଚାରିଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ବିଜେତା ପ୍ରକାଶ କରିଛନ୍ତି ଯେ ଚାରିଜଣ ପ୍ରତିଯୋଗୀଙ୍କୁ ଏକ ଗଦି ଏବଂ ଏକ ନିଦ୍ରା ଟ୍ରାକର ଦିଆଯାଇଥିଲା ଓ ପରେ ସେମାନଙ୍କୁ ଶୋଇବା କୌଶଳ ଦେଖାଇବାକୁ କୁହାଯାଇଥିଲା। ଏକ ୱେବସାଇଟ୍ ମାଧ୍ୟମରେ ତ୍ରିପର୍ନା ଏହି ପ୍ରତିଯୋଗିତା ବିଷୟରେ ସୂଚନା ପାଇଥିଲେ। ସେ କହିଛନ୍ତି ଯେ ସେ ରାତିରେ ଉଠୁଥିଲେ ଏବଂ ଦିନରେ ଶୋଇଥା’ନ୍ତି।

ସେ ଆମେରିକାର ଏକ କମ୍ପାନୀରେ କାମ କରନ୍ତି ଏବଂ ବର୍ତ୍ତମାନ ଘରୁ କାମ କରୁଛନ୍ତି। ଏହି କାରଣରୁ ତାଙ୍କୁ ରାତିରେ ଶୋଇବାକୁ ପଡେ ନାହିଁ। ତେଣୁ ସେ ଦିନରେ ଶୁଅନ୍ତି। ଜାହାପାଇଁ ସେ ଟଙ୍କା ଜିତିଛନ୍ତି। ପୁରସ୍କାର ରାଶି ବିଷୟରେ ସେ କହିଛନ୍ତି ନିଜ ପସନ୍ଦର ଜିନିଷ ଏବଂ ଆବଶ୍ୟକତା ଜିନିଷ କିଣିବାକୁ ଯୋଜନା କରିଛନ୍ତି କହିବାକୁ ଗଲେ ନଅ କିମ୍ୱା ୮ ଘଣ୍ଟାରୁ କମ୍ ଶୋଇବା ପିଲାମାନଙ୍କର ସ୍ମୃତି, ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ସଠିକ୍ ଭାବେ ଶୋଇବା ଅଭ୍ୟାସ କରିବା ଆବଶ୍ୟକ। ଏହି ସମୟରେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାଥମିକ ବିଦ୍ୟାଳୟରେ ପାଠ ବଢୁଥିବା ବୟସର ପିଲାମାନେ ଯେଉଁମାନେ ରାତିରେ ନଅ ଘଣ୍ଟାରୁ କମ୍ ଶୁଅନ୍ତି, ସେମାନଙ୍କ ସ୍ମୃତି ଶକ୍ତି କମେ। ତେବେ ଠିକ୍ ଭାବେ ନ ଶୋଇଲେ ବି ନିଦ୍ରା ହୀନତା,ଉଦାସୀନତା, ଚିନ୍ତା ବଢେ। ତେଣୁ ଠିକ୍ ଭାବେ ଶୋଇବା ଉଚିତ୍।ତେବେ ପଶ୍ଚିମବଙ୍ଗର ତ୍ରିପର୍ନା ଚକ୍ରବର୍ତ୍ତୀ, ଯିଏ ସର୍ବଦା ଶୋଇବାକୁ ଭଲ ପାଆନ୍ତି ସେ କେବଳ ଶୋଇ ରହି ନିଆରା ରେକର୍ଡ ସୃଷ୍ଟି କରି ୬ ଲକ୍ଷ ଟଙ୍କା ଜିତିଥିଲେ।

Leave A Reply

Your email address will not be published.