ସ୍ୱପ୍ନରେ ଯଦି ବାରମ୍ବାର ସାପ ଦେଖାଯାଉଛି, ଏହି କଥାକୁ କରିଥାଏ ଇସାରା, ହୋଇ ଯାଆନ୍ତୁ ସତର୍କ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନ କିଛି ନା କିଛି ସଂକେତ ଦେଇଥାଏ । ଯାହାର ପ୍ରଭାବ ଆମ ବାସ୍ତବିକ ଜୀବନ ଉପରେ ପଡ଼ିଥାଏ । ଆମକୁ ଦେଖା ଯାଉଥିବା କିଛି ସ୍ୱପ୍ନ ଆନନ୍ଦ ଦାୟକ ହୋଇଥିବାବେଳେ କିଛି ଅଜିବ ଓ କିଛି ଭୟଙ୍କର ହୋଇଥାଏ । ସ୍ୱପ୍ନରେ ଆମ ସହିତ ଜଡିତ ଲୋକ ଅବା ଜିନିଷ ଛଡ଼ା ଅନ୍ୟ କଥା ବି ଦେଖାଯାଇଥାଏ । କବେକେବେ ଲୋକେ ନିଜକୁ ସାପ ଘେରରେ ଥିବା ବା ସାପ ଦଂଶନ କରୁଥିବା ସ୍ୱପ୍ନରେ ଦେଖିଥାନ୍ତି । ସ୍ୱପ୍ନ ଶାସ୍ତ୍ରରେ ଏହାର ବହୁତ ଅର୍ଥ କୁହାଯାଇଛି । ଆସନ୍ତୁ ଜାଣିବା ସାପ ସମ୍ପର୍କିତ ସ୍ୱପ୍ନରେ କ’ଣ ଶୁଭ ଓ କ’ଣ ଅଶୁଭ ।

snake
photo credit : patrika.com

୧. ସ୍ୱପ୍ନରେ ସୁନେଲି ରଂଗର ସାପ ଦେଖିଲେ :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ସୁନେଲି ରଂଗର ସାପ ଦେଖାଦେବା ପିତୃଦୋଷକୁ ଇସାରା ଦେଇଥାଏ । ଏଥିରୁ ବୁଝିବାକୁ ହେବ ଯେ ପିତୃ ଆପଣଙ୍କ କୌଣସି କାମରେ ନାରାଜ ଅଛନ୍ତି । ତେଣୁ ଆପଣ ପିତୃ ପୁରୁଷଙ୍କୁ ମନାଇବା ପାଇଁ ପୂଜା ପାଠ କରନ୍ତୁ ।

୨. ସ୍ୱପ୍ନରେ ଧଳା ରଂଗର ସାପ ଦେଖିଲେ :

ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ଧଳା ରଂଗର ସାପ ଦେଖାଯାଏ ତେବେ ଏହି ସ୍ୱପ୍ନ ଶୁଭ ମନାଯାଇଥାଏ । ଏହି ସ୍ୱପ୍ନର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ଧନ ଲାଭ ହେବ ।

୩. ସ୍ୱପ୍ନରେ ମୃତ ସାପ ଦେଖାଯିବା :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ୱପ୍ନରେ ମୃତ ସାପ ଦେଖାଯିବ, ତେବେ ଏହା ଆପଣଙ୍କ କୁଣ୍ଡଳୀରେ ରାହୁ ଦୋଷକୁ ଇସାରା ଦେଉଥାଏ । ଯେଉଁଥିପାଇଁ ଆପଣ ଜୀବନରେ ବହୁ ସମସ୍ୟାର ସାମନା କରୁଛନ୍ତି ।

୪. ସ୍ୱପ୍ନରେ ଯଦି ସାପ ଆପଣଙ୍କ ପିଛା କରୁଥାଏ :

ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ସାପ ପିଛା କରୁଥିବା ଦେଖାଯାଏ,ତେବେ ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଏହି କଥା ଇସାରା ଦିଏ ଯେ ଆପଣଙ୍କ ମନରେ କିଛି ଏମିତି କଥା ଅଛି ଯାହା ଆପଣଙ୍କୁ ଡରାଉଛି ।

୫. ସ୍ୱପ୍ନରେ ବହୁତ ସାପ ପାଖରେ ଥିବା ଦେଖାଯିବା :

ଶାସ୍ତ୍ର ଅନୁଯାୟୀ ଯଦି ସ୍ୱପ୍ନରେ ଆପଣଙ୍କୁ ଏକ ସଂଗରେ ବହୁତ ସାପ ଦେଖା ଯାଉଛନ୍ତି ତେବେ ଏହାକୁ ଅଶୁଭ ସଂକେତ ମନାଯାଇଥାଏ । ଏହି ସ୍ୱପ୍ନର ଅର୍ଥ ଯେ ଆପଣଙ୍କୁ ନିକଟ ଭବିଷ୍ୟତରେ କିଛି ସମସ୍ୟାକୁ ସାମନା କରିବାକୁ ପଡିପାରେ ।

Leave A Reply

Your email address will not be published.