ସୋମବତୀ ଅମାବାସ୍ୟାରେ ବିଲକୁଲ କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ’ଣ ଏହି ଦିନର ମହତ୍ୱ

ଚଳିତ ବର୍ଷ ମଇ ୩୦ ତାରିଖରେ ପଡ଼ୁଛି ସୋମବତୀ ଅମାବାସ୍ୟା ବା ସାବିତ୍ରୀ ଅମାବାସ୍ୟା । ଏହି ଦିନ ଭଗବାନ ଶିବଙ୍କ ସହ ମା’ ପାର୍ବତୀ ଓ ଓସ୍ତ ଗଛକୁ ପୂଜା କରାଯାଏ । ମହିଳାମାନେ ଏହି ଦିନ ପତିଙ୍କ ଦୀର୍ଘାୟୁ ପାଇଁ କାମନା କରିଥାନ୍ତି । ଆସନ୍ତୁ ଜାଣିବା ସୋମବତୀ ବା ସାବିତ୍ରୀ ଅମାବାସ୍ୟାରେ କେଉଁ କାର୍ଯ୍ୟ କରିବା କଥା ନୁହେଁ । ଏହି ଦିନର କ’ଣ ମହତ୍ୱ ରହିଛି ।

ସୋମବତୀ ଅମାବାସ୍ୟା ଦିନ କ’ଣ କରାଯିବା କଥା ନୁହେଁ –

୧. ମନାଯାଏ ସୋମବତୀ ଅମାବାସ୍ୟା ଦିନ ଡେରି ଯାଏ ବିଲକୁଲ ଶୁଅନ୍ତୁ ନାହିଁ । ସକାଳୁ ଉଠି ସ୍ନାନ ସାରି ପୂଜା କରିବା କଥା ।

୨. ଏହି ଦିନ ମାଂସ, ମଦ ଓ ମାଛ ଭକ୍ଷଣ କରବା କଥା ନୁହେଁ । ଏହା ସହ ନଖ ଓ ବାଳ କାଟିବା କଥା ନୁହେଁ ।

୩. ଏହି ଦିନ ଓସ୍ତ ଗଛକୁ ପୂଜା କରିବାର ବିଧି ରହିଛି । ହେଲେ ପୂଜା ବେଳେ ଛୁଇଁବା ଶୁଭ ନୁହେଁ ।

୪. ଏହି ଅମାବାସ୍ୟା ଦିନ ନିଜର ଛୋଟ କିମ୍ବା ବଡ଼ଙ୍କ ମନ ଦୁଃଖ କରାଇବା କଥା ନୁହେଁ । ସେମାନଙ୍କୁ କଡ଼ା ଶବ୍ଦ ପ୍ରୟୋଗ କରିବା କଥା ନୁହେଁ ।

୫. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନାଯାଏ ଯେ ସୋମବତୀ ଅମାବାସ୍ୟା ଦିନ ଭୁଲରେ ବି ଶ୍ମଶାନ ଘାଟ ଯିବା କଥା ନୁହେଁ ।

puja
photo credit : patrika.com

ସୋମବତୀ ଅମାବାସ୍ୟାର ମହତ୍ୱ

ମନାଯାଏ ବ୍ୟକ୍ତି ସୋମବତୀ ଅମାବାସ୍ୟା ଦିନ ଶ୍ରଦ୍ଧା ପୂର୍ବକ ବ୍ରତ ରଖିକରି ପୂଜା ପାଠ ଆଦି କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଜୀବନରେ ସୁଖ ସମୃଦ୍ଧି ବଢ଼ିଥାଏ । ଏହି ଦିନ ବ୍ରାହ୍ମ ମୂହୁର୍ତ୍ତରେ ପବିତ୍ର ନଦୀରେ ସ୍ନାନ କଲେ ବହୁତ ପୂଣ୍ୟ ଫଳ ମିଳିଥାଏ । ଏହି ଦିନ କରାଯାଇଥିବା ଦାନର ବହୁ ଗୁଣ ଫଳ ମିଳିଥାଏ । ଏହାଛଡା ସୋମବତୀ ଅମାବାସ୍ୟାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.