ଗୁରୁବାର ନା ଶୁକ୍ରବାର କେବେ ବାନ୍ଧିବେ ରାକ୍ଷୀ? ଜାଣନ୍ତୁ, ଜ୍ୟୋତିଷଙ୍କ ମତ

ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। କେହି କେହି ୧୧ ତାରିଖରେ ରାକ୍ଷୀ ପଡ଼ୁଛି କହୁଥିବା ବେଳେ ଆଉ କେହି ୧୨ ବୋଲି କହୁଛନ୍ତି। ତେବେ ପ୍ରକୃତରେ କେବେ ପାଳନ ହେବ ରାକ୍ଷୀ, ଆସନ୍ତୁ ଜାଣିବା ଶାସ୍ତ୍ର ମତ…

ଅଗଷ୍ଟ ୧୨ରେ କାହିଁକି ପାଳନ କରିବା କଥା ନୁହେଁ ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସ ପୂର୍ଣ୍ଣିମା ଶ୍ରାବଣ ନକ୍ଷତ୍ରରେ ପାଳନ କରାଯାଏ। ଅଗଷ୍ଟ ୧୧ରେ ସକାଳ ୧୦.୩୮ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ତା’ପର ଦିନ ସକାଳ ୭ଟା ୫ଯାଏଁ ରହିବ। ଅର୍ଥାତ୍‌ ଅଗଷ୍ଟ ୧୨ ଯାଏଁ ପୂର୍ଣ୍ଣିମା ତିଥି ରହିବ। ଏହା ପରେ ନୁହେଁ। ଏଣୁ ଅଗଷ୍ଟ ୧୨ରେ ରାକ୍ଷୀ ବାନ୍ଧିବାର କୌଣସି ଅର୍ଥ ନାହିଁ।

rakhi
Image Credit: halfcute.com

ଅଗଷ୍ଟ ୧୧ରେ ରହିବ ଭଦ୍ରାକାଳ:

କିଛି ବିଦ୍ୱାନ କୁହନ୍ତି ଯେ ଅଗଷ୍ଟ ୧୧ରେ ଶ୍ରାବଣ ନକ୍ଷତ୍ର ସହ ପୂର୍ଣ୍ଣିମା ତ ରହିବ, କିନ୍ତୁ ଅଗଷ୍ଟ ୧୧ରେ ସାରା ଦିନ ଭଦ୍ରାକାଳ ମଧ୍ୟ ରହିବ। ମାନ୍ୟତା ରହିଛି ଯେ ଭଦ୍ରାକାଳ ଓ ରାହୁକାଳରେ ମାଙ୍ଗଳିକ କାର୍ଯ୍ୟ କରିବା ଅଶୁଭ ହୋଇଥାଏ। ତେବେ ଏଠାରେ ପ୍ରଶ୍ନ ଆସୁଛି ତେବେ କେବେ ରାକ୍ଷୀ ପାଳନ କରିବା?

ଶାସ୍ତ୍ର ବିତ୍‌ଙ୍କ ମତରେ, ଅଗଷ୍ଟ ୧୧ର ଭଦ୍ରାକାଳ ପୃଥିବୀ ନୁହେଁ, ପାତାଳ ଲୋକରେ ରହିବ। ଭଦ୍ରା ଯେଉଁ ଲୋକରେ ବାସ କରେ ସେଠାରେ ମାଙ୍ଗଳିକ କାର୍ଯ୍ୟ କରିବା ମନା। ଅନ୍ୟ ଲୋକରେ ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରି ହେବ। ଏଣୁ ଏଥରକ ସମସ୍ତେ ଅଗଷ୍ଟ ୧୧ରେ ଅର୍ଥାତ୍‌ ଗୁରୁବାର ହିଁ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ।

Also Read: ହ୍ଵାଇଟ୍‌ ହାଉସ୍‌ ନିକଟରେ ବିବାହ ବାର୍ଷିକୀ ପାଳୁଥିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଚାଲିଗଲା ୩ ଜୀବନ; ଦେଖନ୍ତୁ ଲାଇଭ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.