ସ୍ୱପ୍ନରେ ଧଳା ନାଗ ଦେଖିଲେ ମିଳେ ଆଶ୍ଚର୍ଯ୍ୟଜନକ ଶୁଭ ଫଳ, ଧନଧାନ୍ୟ ବୃଦ୍ଧି ସହ ଭଗବାନଙ୍କ କୃପାର ଦିଏ ଆଗୁଆ ସୂଚନା

ମଣିଷ ସ୍ୱପ୍ନରେ କିଛି ବି ଦେଖିଥାଏ। କୁହାଯାଏ, ଦିନ ସାରା ବ୍ୟକ୍ତି ଯେଉଁ ଜିନିଷ ବିଷୟରେ ଚିନ୍ତା କରିଥାଏ, ରାତିରେ ତାକୁ ତାହା ହିଁ ସ୍ୱପ୍ନରେ ଦିଶେ। ତେବେ ସ୍ୱପ୍ନରେ ଦେଖୁଥିବା ଜିନିଷର ଅନେକ ଅର୍ଥ ମଧ୍ୟ ରହିଛି। କିଛି ସ୍ୱପ୍ନ ଆମକୁ ଭବିଷ୍ୟତରେ ହେବାକୁ ଥିବା ଭଲ ଜିନିଷ ବିଷୟରେ ଆଗୁଆ ସୂଚନା ଦିଏ ତ ଆଉ କିଛି ଅଘଟଣ ବିଷୟରେ କହିଥାଏ। ତେବେ ଆଜି ଆସନ୍ତୁ ଜାଣିବା ସ୍ୱପ୍ନରେ ଧଳା ନାଗ ଦେଖିବାର ଅର୍ଥ କଣ…

  • ଜ୍ୟୋତିଷ ଶାସ୍ତ୍ର ମୁତାବକ, ସ୍ୱପ୍ନରେ ସାପ ଦେଖିବା ଉଭୟ ଶୁଭ ଓ ଅଶୁଭ ହୋଇଥାଏ।
  • ସ୍ୱପ୍ନରେ ଧଳା ସାପ ଦେଖିବା ବହୁତ ଶୁଭ ହୋଇଥାଏ। ଏହା ଧନ ଲାଭ ଓ ଶାନ୍ତିର ପ୍ରତୀକ।
  • ଧଳା ସାପ ଦେଖିବାର ଅର୍ଥ ରାହୁ ଓ କେତୁ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି।
  • ଧଳା ସାପ ଦେଖିବା ଭଗବାନ ଶିବ ଓ ନାଗ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ସଙ୍କେତ ଦିଏ।
  • ରାତିରେ ଶୋଇବା ବେଳେ ଯଦି ସ୍ୱପ୍ନରେ ଧଳା କିମ୍ବା ସୁନେଲି ରଙ୍ଗର ଚମକୁଥିବା ସାପ ଦେଖନ୍ତି, ତେବେ ଏହା ଆପଣଙ୍କ ଭାଗ୍ୟ ଖୋଲିବାର ସଙ୍କେତ ଦିଏ।
  • ଧଳା ସାପ ଦେଖିବାର ଅର୍ଥ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମିଳିବା ମଧ୍ୟ ହୋଇଥାଏ।

snake

  • ସ୍ୱପ୍ନରେ ଧଳା ସାପ ଧରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ। କେବେ ବି ଧନର ଅଭାବ ରହିନଥାଏ। ଏଥିସହ ପୈତୃକ ସମ୍ପତ୍ତି ମିଳିବାର ସମ୍ଭାବନା ମଧ୍ୟ ବଢ଼ିଯାଏ।
  • ସ୍ୱପ୍ନରେ ଯୋଡ଼ା ନାଗ ଦେଖିବାର ଅର୍ଥ ହେଉଛି ଆପଣଙ୍କ ପୂର୍ବ ପୁରୁଷ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଛି।
  • ସ୍ୱପ୍ନରେ ସାପଙ୍କ କାତି ଦେଖିବା ମଧ୍ୟ ଶୁଭ ହୋଇଥାଏ। ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୁଏ।
  • ଏକାଧିକ ଧଳା ନାଗ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିବାର ଅଛି।

Also Read: ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପାଳୁଛନ୍ତି ସ୍ୱାଧୀନତା ଦିବସ, ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ଶାହାରୁଖ-ସଲମାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.