ହୋମ ଏବଂ ଯଜ୍ଞ ସମୟରେ କାହିଁକି କୁହାଯାଏ ସ୍ବାହା ? ଜାଣନ୍ତି କି ଏହା ପଛର ରହସ୍ୟ

ହିନ୍ଦୁ ଧର୍ମରେ ପୂଜା – ପାଠ, ହୋମ ଏବଂ ଯଜ୍ଞର ବିଶେଷ ମହତ୍ବ ରହିଛି । କୌଣସି ବି ଶୁଭ କାର‌୍ୟ୍ୟ କରିବା ପୂର୍ବରୁ ଅଧିକାଂଶ ଲୋକ ହୋମ କରିଥାନ୍ତି । ହୋମରେ ଆହୂତି ଦେବା ସମୟରେ ସ୍ବାହା ଶବ୍ଦର ଉଚ୍ଚାରଣ କରାଯାଇଥାଏ । ପ୍ରାଚୀନ ସମୟରୁ ହିଁ ଯଜ୍ଞ ବେଦୀରେ ହୋମ ସାମଗ୍ରୀ ଦେବା ସମୟରେ ସ୍ବାହା କୁହାଯାଉଛି । ହୋମ ସମୟରେ ଅନେକ ଦେବା ଦେବୀଙ୍କୁ ସ୍ମରଣ କରିବା ସହ ଅନେକ ସାମଗ୍ରୀ ଅଗ୍ନିରେ ଅର୍ପଣ କରାଯାଇଥାଏ । ପଣ୍ଡିତଙ୍କ ମୂତାବକ କୌଣସି ବି ଯଜ୍ଞ ସେପର‌୍ୟ୍ୟନ୍ତ ସଫଳ ହୋଇନଥାଏ ଯେପର‌୍ୟ୍ୟନ୍ତ ସ୍ବାହା କୁହାଯାଇ ନଥାଏ । ତେବେ ଆମ ମଧ୍ୟରେ ଖୁବ୍ ଲୋକ ଜାଣନ୍ତି ଯେ ସ୍ବାହା କାହିଁକି କୁହାଯାଇଥାଏ । ତେବେ କଣ ଆପଣ ଜାଣନ୍ତି କି ସ୍ବାହା ଶବ୍ଦର ମହତ୍ବ କଣ ?

ସ୍ବାହା ସହ ଜଡିତ କିଛି କଥା :

swahaକୁହାଯାଏ ଅଗ୍ନିଦେବଙ୍କ ପତ୍ନୀ ହେଉଛନ୍ତି ସ୍ବାହା । ସ୍ବାହାର ଅର୍ଥ ହେଉଛି ସଠିକ୍ ଏବଂ ସୁରକ୍ଷିତ ତରିକାରେ ଏହା ସହ ଜଡିତ ଲୋକଙ୍କ ପର‌୍ୟ୍ୟନ୍ତ ପହଚାଂଇବା । ଅନ୍ୟପଟେ ଶ୍ରୀମଦଭଗବତ ଗୀତା ଏବଂ ଶିବ ପୁରାଣରେ ମଧ୍ୟ ସ୍ବାହା ଶବ୍ଦର ବର୍ଣ୍ଣନା କରାଯାଇଛି । ଏହିସବୁ ଗ୍ରନ୍ଥାନୁସାରେ, କୌଣସ ଯଜ୍ଞ ଏବଂ ହୋମ ସେଯାଏଁ ପୁରା ହୋଇନଥାଏ ଯେପର‌୍ୟ୍ୟନ୍ତ ସେହି ହୋମକୁ ଦେବତାଙ୍କ ଦ୍ବାରା ଗ୍ରହଣ କରାଯାଇନଥାଏ । ଏବଂ ଦେବତାଙ୍କ ଦ୍ବାରା ହୱନ ସେତେବେଳେ ଗ୍ରହଣ କରାଯାଇଥାଏ ଯେତେବେଳେ ସମର୍ପଣ କରାଯାଉଥିବା ସାମଗ୍ରୀ ପୂର୍ବରୁ ସ୍ବାହା ଶବ୍ଦ କୁହାଯାଇଥାଏ । ସ୍ବାହା ଶବ୍ଦ କରିବା ମାତ୍ରେ ହିଁ ହୋମ ସାମଗ୍ରୀକୁ ଗହଣ କରିନିଅନ୍ତି ଦେବତା । ଏହା ସହ ଯେଉଁ ବ୍ୟକ୍ତି ଏହି ହୋମ କରିଥାଏ ତାର ମନୋସ୍କାମନା ପୁରା ହେବା ସହ ହୋମ ସଫଳ ହୋଇଥାଏ ।

ଏହା ସହ ପଢନ୍ତୁ ଆସନ୍ତା ମାର୍ଚ୍ଚ ୪ରେ ମହାଶିବରାତ୍ରି , ଜାଣନ୍ତୁ କେମିତି କରିବେ ମହାଦେବଙ୍କୁ ପ୍ରସନ୍ନ

ପୌରାଣିକ କଥା :

hawanପୌରାଣିକ କଥାନୁସାରେ, ଦକ୍ଷ ପ୍ରଜାପତିଙ୍କ ଝିଅ ହେଉଛନ୍ତି ସ୍ବାହା ଏବଂ ତାଙ୍କ ଜନ୍ମ ପ୍ରଜାପତିଙ୍କ ଘରେ ହୋଇଥିଲା । ଦକ୍ଷ ପ୍ରଜାପତି ନିଜ ଝିଅ ସ୍ବାହାଙ୍କ ବିବାହ ଅଗ୍ନିଦେବଙ୍କ ସହ କରିଥିଲେ । କୁହାଯାଏ ଅଗ୍ନିଦେବ ନିଜ ପତ୍ନୀ ସ୍ବାହାଙ୍କ ମାଧ୍ୟମରେ କୌଣସି ବି ହୋମର ସାମଗ୍ରୀ ଗ୍ରହଣ କରୁଥିଲେ । ଏବଂ ସ୍ବାହାଙ୍କ ମାଧ୍ୟମରେ ହିଁ ହୋମରେ ଅର୍ପଣ ହୋଇଥିବା ସମସ୍ତ ସାମଗ୍ରୀ ଅନ୍ୟ ଦେବତାଙ୍କ ପହଂଚେ ।

ଏହା ସହ ପଢନ୍ତୁ ମୃତ୍ୟୁ ପୂର୍ବରୁ ରାବଣ ଦେଇଥିଲା ଏହି ୫ ଉପଦେଶ , ଯଦି ବୁଝିଗଲେ ତେବେ ଜୀବନରେ ସଫଳତା ସୁନିଶ୍ଚିତ

ସ୍ବାହା ଶବ୍ଦକୁ ନେଇ ଆଉ ଏକ ପୌରାଣିକ କଥା ମଧ୍ୟ ଅଛି । ଏହି କଥା ମୂତାବକ ସ୍ବାହାଙ୍କୁ ଭଗବାନ ଶ୍ରୀ କୃଷ୍ଣ ବରଦାନ ଦେଇଥିଲେ । ବରଦାନ ଥିଲା ଯେ, କୌଣସି ହୋମରେ ଅର୍ପଣ କରାଯାଉଥିବା ସାମଗ୍ରୀ ଦେବତା କେବଳ ସ୍ବାହାଙ୍କ ଜରିଆରେ ହିଁ ଗ୍ରହଣ କରିପାରିବେ ।

ଏହି ସବୁ କାରଣ ପାଇଁ ପ୍ରତ୍ୟେକ ହୋମ ଏବଂ ଯଜ୍ଞରେ ଅଗ୍ନିଦେବକୁ ହୋମ ସାମଗ୍ରୀ ଅର୍ପଣ କରିବା ସମୟରେ ସ୍ବାହା କୁହାଯାଇଥାଏ । ଯାହା ଫଳରେ ଅର୍ପଣ କରାଯାଉଥିବା ସାମଗ୍ରୀ ସ୍ବାହା ଦେବୀ ଅନ୍ୟ ଦେବତାଙ୍କ ପର‌୍ୟ୍ୟନ୍ତ ପହଂଚାଇଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.