ବାସ୍ତବରେ ଅଗ୍ନିଦେବଙ୍କ ପତ୍ନୀ ହେଉଛନ୍ତି ସ୍ୱାହା। ଏହିକାରଣରୁ ଯଜ୍ଞରେ ପ୍ରତ୍ୟେକ ମନ୍ତ୍ର ପରେ ଏହା ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ମନ୍ତ୍ର ଶେଷରେ ଏହି ଶଦ୍ଧ ଉଚ୍ଚାରଣ କରାଯାଏ କାହିଁକି? ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ. . .
ସ୍ୱାହାର ଅର୍ଥ ହେଉଛି, ସଠିକ୍ ରୀତିରେ ପହଞ୍ଚାଇବା। ଅନ୍ୟ ଶଦ୍ଧରେ କହିବାକୁ ଗଲେ ଆବଶ୍ୟକୀୟ ପଦାର୍ଥକୁ ତା’ର ପ୍ରିୟ ପର୍ଯ୍ୟନ୍ତ ପହଞ୍ଚାଇବା। ଶ୍ରୀମଦ୍ଭଗବତ ତଥା ଶିବ ପୁରାଣରେ ସ୍ୱାହା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ମନ୍ତ୍ର ପାଠ କରିବା ସମୟରେ ସ୍ୱାହା ଶଦ୍ଧ ଉଚ୍ଚାରଣ କରାଯାଇ ଯଜ୍ଞ ସାମଗ୍ରୀ ଭଗବାନଙ୍କୁ ଅର୍ପଣ କରାଯାଇଥାଏ।
ଯଜ୍ଞ କିମ୍ବା କୌଣସି ଧାର୍ମିକ ଅନୁଷ୍ଠାନରେ ମନ୍ତ୍ର ପାଠ କରିବା ସହ ସ୍ୱାହା ଉଚ୍ଚାରଣ କରାଯାଇ ଯଜ୍ଞ ସାମଗ୍ରୀ, ଅର୍ଘ୍ୟ କିମ୍ବା ଭୋଗ ଭଗବାନଙ୍କୁ ଅର୍ପଣ କରାଯାଇଥାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରତ୍ୟେକ ମନ୍ତ୍ରର ଶେଷରେ ଉଚ୍ଚାରଣ କରାଯାଉଥିବା ସ୍ୱାହାର ଅର୍ଥ କ’ଣ? ବାସ୍ତବରେ କୌଣସି ବି ଯଜ୍ଞ ସେ ପର୍ଯ୍ୟନ୍ତ ସଫଳ ହୋଇନଥାଏ ଯେପର୍ଯ୍ୟନ୍ତ ଭଗବାନ ଯଜ୍ଞ ଗ୍ରହଣ କରିନଥାନ୍ତି। କିନ୍ତୁ ସ୍ୱାହା ଶଦ୍ଧ ଉଚ୍ଚାରଣ କରି କୌଣସି ଜିନିଷ ଯଜ୍ଞରେ ଅର୍ପଣ କରିବା ଦ୍ୱାରା ଭଗବାନ ଗ୍ରହଣ କରିଥାନ୍ତି।
ପୌରାଣିକ କଥା
ପୌରାଣିକ ମାନ୍ୟତା ଅନୁଯାୟୀ ସ୍ୱାହା ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ଥିଲେ। ତାଙ୍କର ବିବାହ ଅଗ୍ନିଦେବଙ୍କ ସହ କରାଯାଇଥିଲା। ଅଗ୍ନିଦେବ ନିଜ ପତ୍ନୀ ସ୍ୱାହାଙ୍କ ମାଧ୍ୟମରେ ଯଜ୍ଞରେ ଅର୍ପଣ କରାଯାଉଥିବା ଜିନିଷ ଗ୍ରହଣ କରିଥାନ୍ତି। ଅର୍ଥାତ ସ୍ୱାହା ଶଦ୍ଧ ଉଚ୍ଚାରଣ କରି ଅର୍ପଣ କରାଯାଉଥିବା ଜିନିଷ ଭଗବାନ ପ୍ରାପ୍ତ କରିଥାନ୍ତି। ସେହିଭଳି ଅନ୍ୟଏକ ପୌରାଣିକ କଥା ଅନୁଯାୟୀ ଅଗ୍ନିଦେବଙ୍କ ପତ୍ନୀ ସ୍ୱାହାଙ୍କର ପାଭକ, ପଭମାନ ଏବଂ ସୂଚି ନାମକ ତିନି ଜଣ ପୁତ୍ର ଥିଲେ। ଏହା ପଛରେ ଅନ୍ୟ ଏକ ରୋଚକ କାହାଣୀ ରହିଛି, ଯାହା ଅନୁସାରେ ସ୍ୱାହା ପ୍ରକୃତିର ଏକ କଳା, ଯାହାର ବିବାହ ଅଗ୍ନିଦେବଙ୍କ ସହ ସମ୍ପନ୍ନ ହୋଇଥିଲା। ସ୍ୱାହା ମାଧ୍ୟମରେ ଯଜ୍ଞରେ ଅର୍ପଣ କରାଯାଉଥିବା ଜିନିଷ ଭଗବାନ ଗ୍ରହଣ କରିପାରିବେ ବୋଲି ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ବରଦାନ ପ୍ରାପ୍ତ କରିଥିଲେ । ଏଥିସହ ଯଜ୍ଞ ସେହି ସମୟରେ ସମ୍ପୂର୍ଣ୍ଣ ହୋଇଥାଏ ଯେଉଁସମୟରେ ଭଗବାନଙ୍କୁ ତାଙ୍କ ପସନ୍ଦର ଜିନିଷ ଯଜ୍ଞରେ ଆହୁତି ଦିଆଯାଇଥାଏ।