ଦୁନିଆର ସବୁଠୁ ବଡ଼ କିଙ୍ଗ କୋବ୍ରାର ଭିଡ଼ିଓ ହେଉଛି ଭାଇରାଲ , ଦେଖିସାରିଲେଣି ୨ କୋଟିରୁ ଅଧିକ ଲୋକ

ସାପ, ଦୁନିଆର ଅନେକ ଲୋକ ଏହି ନାମ ଶୁଣିବା ପରେ ଭୟ କରିଯାନ୍ତି। ଯଦି ସାପ ଆପଣଙ୍କୁ ଭୁଲରେ ବି କାମୁଡ଼ିିଦିଏ ତେବେ ମରିବା ସୁନିଶ୍ଚିତ । କିଙ୍ଗ କୋବ୍ରା ସମସ୍ତ ସାପମାନଙ୍କ ମଧ୍ୟରୁ ସବୁଠାରୁ ବିପଦପୂର୍ଣ୍ଣ । କିଙ୍ଗ କୋବ୍ରାକୁ ଦେଖିଲେ ଅନେକ ଡରିଯାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କିଙ୍ଗ କୋବ୍ରାଙ୍କ ସହିତ ଖେଳିବାକୁ ପସନ୍ଦ କରନ୍ତି। ଆଉ ନିଜ ଉପରକୁ ବିପଦ ଡାକିଆଣନ୍ତି। ଏବେ ଏଭଳି ଏକ କିଙ୍ଗ କୋବ୍ରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘରୁ ବାହାରିଲା କିଙ୍ଗ କୋବ୍ରା:

ସାପ କ୍ୟାଚର ମିର୍ଜା ଏମଡି ଆରିଫ ଙ୍କ କହିବା ଅନୁଯାୟୀ ସେ ଓଡିଶାର ବିଶ୍ୱର ଦୀର୍ଘତମ କିଙ୍ଗ କୋବ୍ରା ଧରିଛନ୍ତି। ସାପଟିକୁ ବାଲେଶ୍ୱରର ଓପଡ଼ା ଗାଁରେ ଥିବା ଏକ କୃଷକ ଘର ପରିସରରେ ଧରାଯାଇଥିଲା। ପ୍ରାୟ ୧୦ ୧୨ ଫୁଟ ଏକ କିଙ୍ଗ କୋବ୍ରା ସେଠାରୁ ଧରାପଡ଼ିଥିଲା । ସେହି ଘରର ମାଲିକମାନେ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ଏହି ଘଟଣା ସାରା ସହରରେ ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ କିଙ୍ଗ କୋବ୍ରା ଦେଖିବା ପାଇଁ ଆସିଥିଲେ।

ସ୍ନେକ କ୍ୟାଚର ସେଠାକୁ ଆସିଥିଲେ ସେହି ସମୟରେ କିଙ୍ଗ କୋବ୍ରା ଲୁଚି ଯାଇଥିଲା। କିନ୍ତୁ କୌଶଳବଶତଃ ସାପଟିକୁ ଶେଷରେ େ ସ ଧରିପାରିଥିଲେ ।ଏହାକୁ ସ୍ନେକ କ୍ୟାଚର ଆରିଫ ଗତ ଜୁଲାଇ ୨୦୨୦ ରେ ଧରିଥିଲେ। ଏବେ କିନ୍ତୁ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଆରିଫ ଏହି ଭିଡ଼ିଓକୁ ୟୁଟ୍ୟୁବରେ ପୋଷ୍ଟ କରିବା ପରେ ଏବେ ପର୍ଯ୍ୟନ୍ତ ପାଖାପାଖି ୨ କୋଟି ରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ଘଟଣା ଟି ପୁରୁଣା ହେଲେ ବି ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.