ଦୁନିଆର ସବୁଠୁ ବିଚିତ୍ର ଓ ରହସ୍ୟମୟ ଗଛ, ଗୋଟିଏରୁ ତ ବାହାରୁଛି ରକ୍ତ

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଲତା ଦେଖିବାକୁ ମିଳେ। କିଛି ଗଛ ଦେଖିବାକୁ ସୁନ୍ଦର ହୋଇଥାଏ ତ ଆଉ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ହୋଇଥାଏ। ଆଜି ଆମେ ଆପଣଙ୍କୁ ସେଭଳି କେତେକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ବି ଶୁଣିନଥିବେ। ଆସନ୍ତୁ ଜାଣିବା ପୃଥିବୀରେ ଥିବା କେତେକ ବିଚିତ୍ର ବୃକ୍ଷ ସମ୍ପର୍କରେ…

ବିସ୍ତେରିଆ:

The Wisteria Tree At Ashikaga Flower Park Is Regarded As One Of ...

ବିସ୍ତେରିଆ ନାମକ ଏକ ଗଛ ଜାପାନରେ ଦେଖିବାକୁ ମିଳେ। ଏହାକୁ ପୃଥିବୀର ସବୁଠୁ ସୁନ୍ଦର ଗଛ କୁହାଯାଏ। ଏହି ଗଛକୁ ଫୁଲ ଢାଙ୍କି ରଖୁଥିବାରୁ ଏହା ଖୁବ୍‌ ମନୋରମ ଦୃଶ୍ୟମାନ ହୋଇଥାଏ। ବିସ୍ତେରିଆ ଗଛରେ ଗୋଲାପି ଓ ନୀଳ ରଙ୍ଗର ଫୁଲ ଫୁଟିଥାଏ। ଏହି ଫୁଲ ସମ୍ପୂର୍ଣ୍ଣ ଫୁଟିବାକୁ ୫ରୁ ୧୫ ବର୍ଷ ଲାଗିଯାଏ।

ଗ୍ରେଟ୍‌ ସିକୁଆ ଟ୍ରି:

ग्रेट सिकुआ ट्री

ପୃଥିବୀର ସବୁଠୁ ବଡ଼ ଗଛ ମଧ୍ୟରେ ଗ୍ରେଟ୍‌ ସୁକୁଆ ଟ୍ରି ଅନ୍ୟତମ। ଏହି ବିରାଟକାୟ ଗଛ ଆମେରିକାରେ ଦେଖିବାକୁ ମିଳେ। ଏହି ଗଛର ଆନୁମାନିକ ଓଜନ ୨୭ ଲକ୍ଷ ପାଉଣ୍ଡ ବୋଲି କୁହାଯାଏ। ପ୍ରାୟ ୨୭୫ ଫୁଟ୍‌ ଲମ୍ବ ଏହି ଗଛର ବୟସ ୨୩୦୦ରୁ ୨୭୦୦ ବର୍ଷ ହେବ ବୋଲି କୁହାଯାଉଛି।

ଜବୁଟିକାବା:

jabuticaba

ସାଧାରଣତଃ ଫଳ ଗଛରେ ଝୁଲିଥାଏ, କିନ୍ତୁ ଦକ୍ଷିଣ ଆମେରିକାରେ ଏକ ଏଭଳି ଗଛ ରହିଛି ଯାହାର ଫଳ ଶାଖା ପ୍ରଶାଖାରେ ନୁହେଁ ବରଂ ଗଛ ଗଣ୍ଡିରେ ଫଳୁଛି। ଏହି ଗଛର ନାଁ ହେଉଛି ଜବୁଟିକାବା। ଏହା ଏକ ଅଙ୍ଗୁର ପ୍ରଜାତିର ଗଛ। ଏହି ଗଛ ପ୍ରାୟତଃ ବ୍ରାଜିଲ, ଆର୍ଜେଣ୍ଟିନା, ପେରୁ ଓ ବୋଲିଭିଆ ଭଳି ଦେଶରେ ଦେଖିବାକୁ ମିଳେ। ଓ୍ଵାଇନ୍‌ ପ୍ରସ୍ତୁତ କରିବାରେ ମଧ୍ୟ ଏହି କୋଳି ବ୍ୟବହାର କରାଯାଏ।

ବୋତଲ ଗଛ:

bottle tree

ଅଷ୍ଟ୍ରେଲିଆରେ ବୋତଲ ଆକୃତିର ଏକ ଗଛ ଦେଖିବାକୁ ମିଳେ, ଏହାକୁ ବୋତଲ ଗଛ ବୋଲି କୁହାଯାଏ। ଏହା ଏକ ବିଷାକ୍ତ ଗଛ। କୁହାଯାଏ ଯେ ଆଗକାଳରେ ଶିକାରୀ ମାନେ ଏହି ଗଛର ରସକୁ ନିଜ ତୀରରେ ଲଗାଇ ଶିକାର କରିଥାନ୍ତି।

ଡ୍ରାଗନ୍‌ ବ୍ଲଡ ଟ୍ରି:

tree

ୟମନର ସୋକୋଟ୍ରା ଦ୍ୱୀପ ବା ଏଲିୟଲ ଆଇସ୍‌ଲ୍ୟାଣ୍ଡରେ ଏକ ବିଚିତ୍ର ପ୍ରକାରର ଗଛ ଦେଖିବାକୁ ମିଳେ। ଏହି ଗଛରୁ ରକ୍ତ ଭଳି ଏକ ତରଳ ପଦାର୍ଥ ନିର୍ଗତ ହେଉଥିବାରୁ ଏହାକୁ ଡ୍ରାଗନ୍‌ ବ୍ଲଡ୍‌ ଟ୍ରି କୁହାଯାଏ। ଏହି ଗଛ ଦେଖିବାକୁ ମଧ୍ୟ ଖୁବ୍‌ ବିଚିତ୍ର ଦୃଶ୍ୟମାନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.