ବିଶ୍ୱର ସବୁଠାରୁ ଡେଙ୍ଗା ଘୋଡ଼ାର ୨୦ ବର୍ଷ ବୟସରେ ମୃତ୍ୟୁ, Guinness Book of Recordsରେ ସ୍ଥାନ ପାଇଛି ‘ବିଗ୍‌ ଜେକ’ର ନାମ

ବିଶ୍ୱର ସବୁଠାରୁ ଡେଙ୍ଗା ଘୋଡ଼ା ‘ବିଗ୍‌ ଜେକ’ ୨୦ ବର୍ଷ ବୟସରେ ହିଁ ଦୁନିଆକୁ ଅଲ୍‌ବିଦା କହିଛି। ଆମେରିକାର ଓ୍ଵିସ୍‌କନସିନ୍‌ସ୍ଥିତ ଏକ ଫାର୍ମ ହାଉସ୍‌ରେ ବିଗ୍‌ ଜେକ ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି କି, ଘୋଡ଼ାଟିର କେବେ ମୃତ୍ୟୁ ଘଟିଛି। ଏବେ ଘୋଡ଼ା ମାଲିକ ଦୁଃଖରେ ଅଛନ୍ତି ଏବଂ ସେ ଏତିକି କବଳ କହିଛନ୍ତି ଯେ ପାଖାପାଖି ୨ ସପ୍ତାହ ହେବ ବିଗ ଜେକ ମୋତେ ଛାଡ଼ି ଚାଲିଯାଇଛି। କହି ରଖୁଛୁ, ଘୋଡ଼ାର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି।

ବିଗ୍‌ ଜେକ ବିଶ୍ୱର ସବୁଠାରୁ ଭଲ ଘୋଡ଼ା ମଧ୍ୟରୁ ଗୋଟିଏ ଥିଲା। ବେଲ୍‌ଜିୟନ ପ୍ରଜାତିର ଏହି ଘୋଡ଼ାର ଖୁରାଠାରୁ ଆରମ୍ଭ କରି କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ ଥିଲା। ତା’ର ଓଜନ ଥିଲା ୨,୫୦୦ ପାଉଣ୍ଡ ଅର୍ଥାତ୍‌ ପାଖାପାଖି ୧,୧୩୬ କିଲୋଗ୍ରାମ। ବିଗ୍‌ ଜେକକୁ ୨୦୧୦ରେ ଦୁନିଆର ସବୁଠାରୁ ଉଚ୍ଚ ଜୀବିତ ଘୋଡ଼ା ରୂପେ ଗିନିଜ୍‌ ବୁକ୍‌ରେ ଜାଗା ମିଳିଥିଲା, ଯିଏ ୧୧ ବର୍ଷ ପର୍ଯ୍ୟନ୍ତ ଏହି ରେକର୍ଡକୁ ବଜାୟ ରଖିଥିଲା।

ଏହି ଘୋଡ଼ା ଓ୍ଵିସ୍‌କନସିନ୍‌ ପୋୟନେଟର ଜେରୀ ଗିଲବର୍ଟ ଓ ତାଙ୍କ ସ୍ତ୍ରୀ େଓ୍ଵଲିସିୟା ଗିଲବର୍ଟଙ୍କ ସହିତ ୮୫ ଏକର ଫାର୍ମରେ ରହୁଥିଲା। ମାଲିକ ଜେରୀ କହିଛନ୍ତି, ବିଗ୍‌ ଜେକ ବହୁତ ଟ୍ୟାଲେଣ୍ଟେଡ୍‌ ଥିଲା। ଯେତେବେଳେ ବି ଆମେ ତା’ ସହିତ ବାହାରକୁ ଯାଉଥିଲୁ, ଲୋକେ ତାକୁ ଦେଖି ଚମକି ପଡ଼ୁଥିଲେ। ସେ ଯିବା ପରିବାରର କୌଣସି ସଦସ୍ୟ ଯିବା ସହିତ ସମାନ। ବିଗ୍‌ ଜେକ ବହୁତ ସ୍ପେଶାଲ ଘୋଡ଼ା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.