ଆଜିଠୁ ବର୍ମିଂହାମ୍‌ରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ

ଆଜିଠୁ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ୭୨ ଦେଶରୁ ୫ ହଜାର ୫୪ ଆଥଲେଟ୍‌ ଅଂଶଗ୍ରହଣ କରିବେ । ୨୦ଟି କ୍ରୀଡା ବିଭାଗର ୨୮୦ଟି ଇଭେଣ୍ଟରେ ପ୍ରତିଯୋଗୀ ପ୍ରତିଦ୍ୱନ୍ଦିତା କରିବେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ କରି ରେକର୍ଡ ସଂଖ୍ୟକ ପଦକ ହାସଲ ଲକ୍ଷ୍ୟରେ ରହିଛି । ଜଣାଯାଇଛିକି ୧୯ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବେ ୨୧୫ ଭାରତୀୟ । ୨୦୧୮ରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ, ୨୧୦ଟି କାଂସ୍ୟ ସହ ମୋଟ ୬୬ଟି ପଦକ ହାସଲ କରିଥିଲା । କେବଳ ସୁଟିଂରୁ ଭାରତ ୧୬ଟି ପଦକ ହାସଲ କରିଥିଲା। କିନ୍ତୁ ଏଥର ସୁଟିଂକୁ ବାଦ୍‌ ଦିଆଯାଇଥିବାରୁ ପଦକ ସଂଖ୍ୟା କମିବା ଅନୁମାନ କରାଯାଉଛି। ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ଭାରତ ଘରୋଇ ପରିବେଶରୁ ଫାଇଦା ଉଠାଇ ଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ ୧୦୧ଟି ପଦକ ହାସଲ କରିଥିଲା।

ବିଦେଶ ମାଟିରେ ୩ଟି ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲା ଭାରତ । ଏଯାବତର ପଦକ ତାଲିକାକୁ ଦେଖିଲେ ୨୦୦୨ରେ ମାଞ୍ଚେଷ୍ଟରରେ ୬୯ , ୨୦୧୮ରେ ଗୋଲ୍ଡକୋଷ୍ଟରେ ୬୬ ଓ ୨୦୧୪ରେ ଗ୍ଲାସ୍‌ଗୋରେ ୬୪ଟି ପଦକ ହାସଲ କରିଥିଲା ଭାରତ । ଏଥର ଆହତ କାରଣରୁ ଗୋଲଡେନ ବୟ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ୍‌ ପଡିଛନ୍ତ । କିନ୍ତୁ ପିଭି ସିନ୍ଧୁ, ମୀରାବାଇ ଚାନୁ, ନିଖତ କରିନ୍‌, ଲଭ୍‌ଲିନା ବର୍ଗୋହେନ୍‌, ରବି କୁମାର ଦହିୟା, ବଜରଙ୍ଗ ପୁନିଆ, ଭିନେଶ ଫୋଗତ, କିଡାମ୍ବୀ ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍‌ ଏଥର ପଦକ ଜିତିବେ ବୋଲି ଆଶା କରାଯାଉଛି। ସେହିପରି ହକିରେ ଉଭୟ ପୁରୁଷ ଓ ମହିଳା ଦଳ, କ୍ରିକେଟରେ ଭାରତୀୟ ମହିଳା ଦଳ ଓ ଟେବୁଲ ଟେନିସ୍‌ରେ ମଧ୍ୟ ପଦକ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ରେସଲିଂ, ଭାରୋତ୍ତୋଳନରେ ମଧ୍ୟ ପୁଣି ଖେଳାଳି ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.