ବୁମରାଙ୍କ କୁନି ଫ୍ୟାନ୍‌, ପାଟି ଖୋଲୁନି ହେଲେ ଏମିତି ଡାକୁଛନ୍ତି: ଦେଖନ୍ତୁ ଭିଡିଓ

ବର୍ମିଂହାମର ଏଜବାଷ୍ଟନରେ କ୍ରିକେଟ ଗ୍ରାଉଣ୍ଡରେ ଚାଲିଛି ଇଂଲଣ୍ଡ ଏବଂ ଭାରତ ମଧ୍ୟ ଟେଷ୍ଟ ମ୍ୟାଚ। ଦୁଇଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟ ଗୋଟିଏ ବଳକା ମ୍ୟାଚ ରହିଥିଲା। ଯାହାକୁ ଏବେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜି ଜିତି ଇତିହାସ ସୃଷ୍ଟି କରିପାରେ ଟିମ୍‌ ଇଣ୍ଡିଆ।

ଗତକାଲିଠାରୁ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ରୋହିତ ଶର୍ମା କରୋନା ସଂକ୍ରମିତ ଥିବାରୁ ଜସପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ପ୍ରଥମଦିନ ଖେଳ ସରିବା ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଓ୍ଵିକେଟ ହରାଇ ୩୩୮ ରନ୍‌ କରିଛି। କିନ୍ତୁ ଏହି ଖେଳ ଚାଲିଥିବା ବେଳେ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଷ୍ଟାଣ୍ଡରେ ବସିଥିବା କୁନି ପିଲାଟି ବୁମରାଙ୍କୁ ଉତ୍ସାହିତ କରୁଥିବା ନଜର ଆସିଛି। ବୟସରେ ୨ କିମ୍ବା ୩ ବର୍ଷ ହୋଇଥିବା ପିଲାଟି ଷ୍ଟାଣ୍ଡରେ ବସି ବୁମରାଙ୍କ ନାମ ଏମିତି ଉଚ୍ଚାରଣ କରୁଛନ୍ତି, ଯାହାକୁ ଆପଣ ଶୁଣିଲେ ନିଶ୍ଚିତ ହସି ହସିଗଡିଯିବେ।

ଛୋଟ ପିଲାଟି ଭାରତ ଆର୍ମି ଟୋପି ପିନ୍ଧି ବୁମରାଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କ ନାମ ଡାକୁଛନ୍ତି। ପାଟି ଟିକେ ସେ ଖୋଲିନଥିବା ପିଲାଟି କିପରି ବୁମରାକୁ ଡାକୁଛନ୍ତି, ତାହା ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଭିଡିଓରେ କେହି ଜଣେ ପିଲାଟିକୁ ବୁମରା ଡାକିବା ପାଇଁ ଜୋର ଜୋରରେ କହୁଛନ୍ତି, ତାଙ୍କ କଥା ଶୁଣି ପିଲାଟି ମଧ୍ୟ ବୁମରାଙ୍କୁ ଡାକୁଛନ୍ତି… ଭିଡିଓ ଦେଖନ୍ତୁ:

ଏହି ଭିଡିଓକୁ ମୁମ୍ବାଇ ଇଣ୍ଡିଆନ୍ସ ଫେସବକୁ୍‌ ପେଜରେ ସେୟାର କରିଛି। ଯାହାକୁ ଏପର୍ଯ୍ୟନ୍ତ ହଜାରରୁ ଉଦ୍ଧର୍ବ ସେୟାର ଏବଂ ୨୪ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ସ ମିଳିସାରିଛି।

ମ୍ୟାଚରେ ଦମଦାର ପାଳି ଖେଳି ଶତକ ହାସଲ କରିଛନ୍ତି ରିଷଭ । ୮୯ ବଲରେ ଶତକ କରିଛନ୍ତି । ୧୧୧ ବଲ ଖେଳି ୧୪୬ ରନ କରିଥିଲେ । ଫଳରେ ଭାରତ ସମ୍ମାନଜନକ ସ୍ଥିତିରେ ପହଞ୍ଚିଛି । ପନ୍ତଙ୍କ ପାଳିରେ ରହିଛି ୧୫ଟି ଚୌକା ଓ ଗୋଟିଏ ଛକ୍କା । ଷ୍ଟ୍ରାଇକ ରେଟ୍‌ ରହିଛି ୧୧୨ ।

ସେହିପରି ଅର୍ଦ୍ଧଶତକ ହାସଲ କରିଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ୧୮୩ ବଲ ଖେଳି ୮୩ ରନରେ ଅପରାଜିତ ଅଛନ୍ତି । ଏଜବେଷ୍ଟନରେ ଖେଳାଯାଉଥିବା ମ୍ୟାଚର ପ୍ରଥମ ଦିନରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା ଟିମ୍‌ ଇଣ୍ଡିଆ । ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ହରାଇଥିଲା ଭାରତ । ହନୁମା ବିହାରୀ, ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟାର ଓ ବିରାଟ କୋହଲି ସଅଳ ଆଉଟ୍‌ ହୋଇଥିଲେ । ଏତିିକିବେଳେ ପାଳି ସମ୍ଭାଳିଥିଲେ ଓ୍ଵିକେଟ୍‌ କିପର୍‌ ବ୍ୟାଟର ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା । ଭାରତ ୭ ଓ୍ଵିକେଟ ହରାଇ କରିଛି ୩୩୮ ରନ ।

Leave A Reply

Your email address will not be published.