ନ୍ୟୁଜିଲାଣ୍ଡରେ ଇତିହାସ ରଚିଲା ଭାରତ, ସବୁ ମ୍ୟାଚ୍‌ ଜିତି ଦଖଲ କଲା ଟି-୨୦ ସିରିଜ୍‌

ମାଉଣ୍ଟ ମୌଙ୍ଗାନୁଇ : ବିଦେଶ ମାଟିରେ ଟିମ୍‌ ଇଣ୍ଡିଆର ଆଉ ଏକ ବଡ଼ ସଫଳତା । ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍‌ ଦଳର ଐତିହାସିକ ବିଜୟ । ୫-୦ରେ ପୋଛି ନେଲା ଟି-୨୦ ସିରିଜ୍‌ । ବୁମରା, ସାଇନି ଓ ଠାକୁର ନିଜ ଭିତରେ ୭ଟି ଓ୍ଵିକେଟ୍‌ ବାଣ୍ଟି ନେଲେ ଏବଂ ଏଠରେ ଆଜି ଖେଳା ଯାଇଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ୭ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତୀୟ ଦଳ ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡରେ ସିରିଜ୍‌ ଜିତିଛି । ଏହା ବ୍ୟତୀତ ପ୍ରଥମ ଦଳ ଭାବେ ମଧ୍ୟ ଭାରତ ଏଠାରେ ସବୁ ମ୍ୟାଚ୍‌ ଜିତି ଟି-୨୦ ସିରିଜ୍‌ ବିଜୟୀ ହୋଇଛି ।

BUMRHA

ଘରୋଇ ନ୍ୟୁଜିଲାଣ୍ଡ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିଲା । ପ୍ରଥମ ୨ଟି ଓ୍ଵିକେଟ୍‌ ୧୭ ରନ୍‌ ଭିତରେ ପଡ଼ିଯିବା ପରେ ରଜ୍‌ ଟେଲର୍‌ ଓ ଟିମ୍‌ ସିଫର୍ଟ ତୃତୀୟ ଓ୍ଵିକେଟ୍‌ରେ ୯୯ ରନ୍‌ ଯୋଡ଼ିଥିଲେ । ଏହି ସମୟରେ ନ୍ୟୁଜିଲାଣ୍ଡ ଦଳ ମ୍ୟାଚ୍‌ ଜିତିବା ସ୍ଥିତିରେ ଥିଲା । ହେଲେ ସିଫର୍ଟ ୫୦ (୫ ଚୌକା , ୩ ଛକା) ଏବଂ ଟେଲର୍‌ ୫୩ ରନ୍‌ (୫ ଚୌକା, ୨ ଛକା) କରି ଆଉଟ୍‌ ହେବା ପରେ ଚାପ ବଢ଼ି ଚାଲିଲା । ଶେଷରେ ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟିମ୍‌ ଇଣ୍ଡିଆ ଆଗରେ ଘରୋଇ ଦଳ ଆତ୍ମସମର୍ପଣ କରିଦେଲା । ଶେଷ ଭାଗରେ ବୁମରା, ସାଇନି ପ୍ରମୁଖ ଚମତ୍କାର ବୋଲିଂ କରି ରନ୍‌ ରୋକିବା ସହ ଓ୍ଵିକେଟ୍‌ ମଧ୍ୟ ଦଖଲ କରିନେଲେ । ଦଳ ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରି ପାରିଥିଲା ।
କେ.ଏଲ୍‌ ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ୍‌, ୩ଟି ଓ୍ଵିକେଟ୍‌ ନେଇଥିବା ଯଶପ୍ରୀତ ବୁମରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

KOHLI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.