ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ଆଣିଲେ ସ୍ୱର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଅଚିନ୍ତ ଶିଉଳି ଆଣିଲେ ସ୍ୱର୍ଣ୍ଣ ପଦକ । ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ଏହାପୂର୍ବରୁ ପୁରୁଷ ଭାରୋତ୍ତଳନ ୬୭ କେଜି ବର୍ଗରେ ସ୍ୱର୍ଣ୍ଣ ଆଣିଥିଲେ ଜେରେମି ଲାଲରିନୁଙ୍ଗା । ୧୯ ବର୍ଷିୟ ମେଘାଳୟର ଜେରେମି ଲାଲରିନୁଙ୍ଗା ୩୦୦ କିଲୋଗ୍ରାମ ଭାର ଉତ୍ତୋଳନ କରି ନୂଆ ରେକର୍ଡ ସ୍ଥାପନ ମଧ୍ୟ କରିଛନ୍ତି ।

ସ୍ନାଚରେ ୧୪୦ କିଲୋ ଓଜନ ଓ କ୍ଲିନ ଆଣ୍ଡ୍‌ ଜର୍କରେ ୧୬୦ କିଲୋ ଭାର ଉଠାଇ ରେକର୍ଡ କରିଛନ୍ତି । ଭାର ଉତ୍ତୋଳନ ବେଳେ ତାଙ୍କୁ ଆଘାତ ଲାଗିଥିଲେ ବି ପଦକ ଗ୍ରହଣ ଉତ୍ସବରେ ସେ ପୂରା ଫିଟ୍‌ ନଜର ଆସିଥିଲେ । ମିଜୋରାମ ଆଇଜାୱଲର ଏହି ଖେଳାଳି ପଦକ ଜିତି ଦେଶର ଗୌରବ ବଢାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରଉତ୍ତୋଳନକାରୀ ଚମକିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତୀୟ ଖେଳାଳିଙ୍କୁ ମୋଟ ୬ଟି ମେଡାଲ ମିଳିଛିା ସମସ୍ତ ମେଡାଲ ଭାରତ ପକ୍ଷରୁ ଭାରଉତ୍ତୋଳନକାରୀ ଜିତିଛନ୍ତି ।

Leave A Reply

Your email address will not be published.