ପ୍ରଥମେ କାର୍ତ୍ତିକଙ୍କ ବେକ ଧରିଥିଲେ ରୋହିତ ହେଲେ ଏବେ ପୁଣି କଲେ ଏମିତି କାମ, ଫ୍ୟାନ୍ସ ଆଶ୍ଚର୍ଯ୍ୟ : ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତିଛି ଭାରତ। ଏହି ମ୍ୟାଚ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ରୋହିତ କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଛନ୍ତି। ପୂର୍ବ ମ୍ୟାଚରେ ରୋହିତ କାର୍ତ୍ତିକଙ୍କ ବେକ ଧରିଥିବା ଭିଡିଓ ଭାଇରଲ ହେଉଥିଲା ହେଲେ ଏବେ ଆଲିଙ୍ଗନ ଭିଡିଓ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି। ପ୍ରଥମ ଟି-୨୦ ମ୍ୟାଚରେ ଏପରି ଭିଡିଓ ଦେଖି ଫ୍ୟାନ୍ସ ଖୁବ ନିନ୍ଦା କରିଥିଲେ। ଏହା ମଜାଳିଆ ଭାବେ ରୋହିତ କରିଥିଲେ ସୁଦ୍ଧା ଫ୍ୟାନ୍ସ ଏହାକୁ ନେଇ ନିରାଶ ରହିଥିଲେ। ହେଲେ ଦ୍ୱିତୀୟ ଟି-୨୦ରେ ରୋହିତ କାର୍ତ୍ତିକଙ୍କୁ ଆଲିଙ୍ଗନ କରିବା ଭିଡିଓ ଦେଖିବା ପରେ ଫ୍ୟାନ୍ସ ଖୁସି ହୋଇଛନ୍ତି। ପୁଣିଥରେ ନିଜକୁ ବେଷ୍ଟ ଫିନିଶର ବୋଲିଂ ପ୍ରମାଣିତ କରିଥିଲେ ଦିନେଶ କାର୍ତ୍ତିକ।

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁଁ ମାତ୍ର ୮ ଓଭର ଖେଳାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯୦ ରନ୍‌ କରିଥିଲା। ଭାରତ ଏହାକୁ ମାତ୍ର ୪ ଓ୍ଵିକେଟ ହରାଇ ବିଜୟ ହାସଲ କରିନେଇଥିଲା। ଏହି ମ୍ୟାଚ୍‌ ଜିତିବା ପରେ ୧-୧ରେ ସିରିଜ ବରାବର ରହିଛି।

୮ ଓଭରରେ ୯୧ ରନ୍‌ ଲକ୍ଷ୍ୟ କରି ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।  ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହେବା ପରେ ଦିନେଶ କାର୍ତ୍ତିକଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ରୋହିତ ଶେଷ ବଲରେ ୪ ମାରି ମ୍ୟାଚ୍‌କୁ ଜିତାଇଥିଲେ। କାର୍ତ୍ତିକ ମାତ୍ର ୨ ବଲରେ ୧୦ ରନ୍‌ କରିଥିଲେ। ଶେଷ ବଲରେ ଜିତିବା ପରେ ରୋହିତ କାର୍ତ୍ତିକଙ୍କୁ କୁଣ୍ଢାଇ ପକାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା। ଏହାକୁ ଦେଖି ଫ୍ୟାନ୍ସ ବେଶ୍‌ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫୨ ବଲରେ ୮୭ ରନ ଦରକାର କରୁଥିବା ବେଳେ ୮ ଓ୍ଵିକେଟ ବାକି ଥିଲା। ଠିକ୍ ଏହି ସମୟରେ ଉମେଶ ଯାଦବ ବୋଲିଂ କରୁଥିଲେ। ୧୨ ଓଭର ୩ ବଲରେ ସ୍ମିଥ କଟ୍ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ବଲଟି କାର୍ତ୍ତିକଙ୍କ ଗ୍ଲୋବ୍ସରୁ ଚାଲିଯାଇଥିଲା। ସମସ୍ତ ଖେଳାଳି ଜୋରଦାର ଅପିଲ୍ କରିଥିଲେ। କିନ୍ତୁ କାର୍ତ୍ତିକ ଏହାକୁ ନେଇ ସ୍ପଷ୍ଟ କରିନଥିଲେ।

ରୋହିତ ଶର୍ମା ଏବଂ ଅନ୍ୟ ଖେଳାଳି ବ୍ୟାଟ ଏବଂ ବଲ୍ ବାଜିବା ନେଇ ଶବ୍ଦ ଆସିଥିଲେ। ଏହାକୁ ନେଇ ରୋହିତ ରିଭ୍ୟୁ ନେଇଥିଲେ ଏବଂ ଦିନେଶ କାର୍ତ୍ତିକଙ୍କ ପାଖକୁ ଯାଇ ଚିତ୍କାର କରିଥିଲେ। ତେଣୁ ସମସ୍ତେ ଯଦି ଅପିଲ କରୁଥିଲେ, ତେବେ କାର୍ତ୍ତିକ କ’ଣ ପାଇଁ ଦେଖିପାରିନଥିଲେ। ଶେଷରେ ରିଭ୍ୟୁରେ ସ୍ମିଥ ଆଉଟ ହୋଇଥିଲେ। ଏହି ଓଭରରେ ଉମେଶ ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍ କରିଥିଲେ। ଏହାପରେ ରୋହିତ ମଜାକରେ କାର୍ତ୍ତିକଙ୍କ ବେକ ଧରିପକାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା।

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୯୧ ରନର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ। ଯାହାକୁ ୪ ୱିକେଟ୍ ବିନିମୟରେ ୭.୧ ଓଭର ଖେଳି ପୂରା କରି ନେଇଛି ଟିମ୍ ଇଣ୍ଡିଆ। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ରନ୍ ୪୬ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ୨ବଲରେ ୧୦ ରନ୍ କରିଥିଲେ। ସେହିପରି କେଏଲ୍ ରାହୁଲ ମଧ୍ୟ ୧୦ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସବୁଠାରୁ ସଫଳ ବୋଲର ହୋଇଥିଲେ। ସେ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ମାତ୍ର ୧୬ ରନ୍ ଦେଇଥିଲେ। ପ୍ୟାଟ୍ କମିନ୍ସ ୨୩ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

Also Read : ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ଥିବା ବେଳେ ଦିନେଶ କାର୍ତ୍ତିକ ବେକ ଧରି ପକାଇଲେ ରୋହିତ ଶର୍ମା, ଭିଡିଓ ଭାଇରଲ

Leave A Reply

Your email address will not be published.