ବିଶ୍ବ କ୍ୟାଡେଟ୍ ଚେସ୍ ପାଇଁ ଭାରତୀୟ ଦଳର କୋଚ୍ ହେଲେ ଓଡ଼ିଆ ଝିଅ ଅପରାଜିତ ଗୋଛିକାର

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ଚୋସ୍ ଖେଳାଳି ଅପରାଜିତ ଗୋଛିକାର ଭାରତୀୟ ଚେସ୍ ଟିମର କୋଚ୍ ଭାବେ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ  କରିବେ । ଆସନ୍ତା ନଭେମ୍ବର ୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ପେନର ସାଣ୍ଟିଆଗୋ ଠାରେ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୮, ୧୦ ଓ ୧୨ ବର୍ଷରୁ କମ୍ ବର୍ଗର ଭାରତୀୟ ଦଳ ଭାଗ ନେବେ । ଦେଶରୁ ମୋଟ୍ ୨୩ ଜଣ ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ । ଦଳର କୋଚ୍ ରହିବେ ଅପରାଜିତା । ଯିଏକି ଦେଶର ସର୍ବକନିଷ୍ଠ ଚେସ୍ କୋଚ୍ । ଓଡ଼ିଶାର ଏହି ଫିଡେ ଇନଷ୍ଟ୍ରକ୍ଟର ଏବେ କିଟ୍ ବିଶ୍ବବିଦ୍ୟାଳୟରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

aparajita 1

ଗତ ବର୍ଷ ତାସକେଣ୍ଟ ଏବଂ ଚଳିତ ବର୍ଷ ଉଜବେକିସ୍ତାନରେ ଠାରେ ଆୟୋଜିତ ଏସୀୟ ଯୁବ ଚେସ୍, ଚଳିତ ବର୍ଷ ଏପ୍ରିଲରେ ବ୍ରାଜିଲ ଆରାକୁଝ ଠାରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ କୋଚ୍ ଓ ପ୍ରତିନିଧି ଦଳ ମୁଖ୍ୟ ଭାବେ ଯୋଗ ଦେଇଥିଲେ । ଅପରାଜିତାଙ୍କୁ ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ବିଶ୍ବ କ୍ୟାଡେଟ୍ ଚେସରେ ଭାରତୀୟ ଦଳର ସଫଳତା କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.