ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛି ଆର୍ଜେଣ୍ଟିନା !

ନୂଆଦିଲ୍ଲୀ : ପ୍ରଥମ ଦୁଇଟି ମ୍ୟାଚରେ ନୈରଶ୍ୟଜନକ ପ୍ରଦର୍ଶନ ପରେ, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ନେଇ ଆର୍ଜେଣ୍ଟିନାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଅନ୍ତିମ ଲିଗ୍ ପର୍ୟ୍ୟାୟରେ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲା ଆର୍ଜେଣ୍ଟିନା, ନାଇଜେରିଆରକୁ ୨-୧ ଗୋଲରେ ହରାଇ ଦ୍ୱିତୀୟ ପର୍ୟ୍ୟାୟରେ ପହଞ୍ଚିଛି। ଲିଓନେଲ ମେସି ଓ ମାର୍କ ରୋଜୋଙ୍କ ଗୋଲ ବଳରେ ଆଫ୍ରିକୀୟ ଦେଶ ନାଇଜେରିଆକୁ ୨-୧ ଗୋଲରେ ହରାଇ ଦଳ ପ୍ରିକ୍ୱାର୍ଟରରେ ପହଞ୍ଚିଛି ।

ଗ୍ରୁପ ପର୍ୟ୍ୟାୟରେ ଆର୍ଜେଣ୍ଟିନା ଆଇସଲାଣ୍ଡ ସହ ପ୍ରଥମ ମ୍ୟାଚ୍ ଡ୍ର ରଖିଥିଲା। ଦ୍ୱିତୀୟ ମ୍ୟାଚରେ କ୍ରୋଏସିଆଠାରୁ ୩-୦ ଗୋଲରେ ହାରିଯାଇଥିଲା। ଏହି ପରାଜୟ ପରେ ମେସୀଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡିଥିଲା । ପୂର୍ବରୁ ଏହି ଗ୍ରୁପର କ୍ରୋଏସିଆ ପ୍ରିକ୍ୱାର୍ଟରକୁ ଉଠି ସାରିଛି । ଦ୍ୱିତୀୟ ଦଳ ଭାବେ ପହଞ୍ଚିଛି ଆର୍ଜେଣ୍ଟିନା । ପ୍ରିକ୍ୱାର୍ଟରରେ କ୍ରୋଏସିଆ ଡେନମାର୍କକୁ ଏବଂ ଆର୍ଜେଣ୍ଟିନା ଫ୍ରାନ୍ସକୁ ଭେଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.