ଖେଳିବାକୁ ସୁଯୋଗ ମିଳିଲାନି ବୋଲି ମୁମ୍ବାଇ ଛାଡି ଗୋଆ ଟିମ୍‌ରେ ଅର୍ଜୁନ ତେନ୍ଦୁଲକର, ଏନଓସି ପାଇଁ କଲେ ଆବେଦନ

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ନିଜ କ୍ୟାରିଅରକୁ ନେଇ କିଛିଦିନରୁ ବେଶ୍‌ ଆଶାବାଦୀ ରହିଛନ୍ତି। ଆଇପିଏଲ୍‌, ରଣଜୀ ଟ୍ରଫିରେ େଓ୍ଵଟିଂ ଲିଷ୍ଟରେ ରହିବା ପରେ ଏବେ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ ଏବେ ମୁମ୍ବାଇ ନୁହେଁ ବରଂ ଗୋଆ ଟିମ୍‌ରୁ ଖେଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ଛାଡ଼ି ଗୋଆ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିବାକୁ ଯୋଜନା କରୁଛନ୍ତି । ଇତିମଧ୍ୟରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଏନ୍ଓସି (ନୋ-ଅବ୍ଜେକ୍ସନ୍ ସାର୍ଟିଫିକେଟ୍) ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ମୁମ୍ବାଇ ପକ୍ଷରୁ ଖେଳିବାକୁ ସୁଯୋଗ ମିଳୁ ନଥିବାରୁ ଅର୍ଜୁନ ଏହି ନିଷ୍ପତ୍ତି ନେଇଛନ୍ତି ।

୨୦୨୦-୨୧ ସିଜନରେ ସେ ମୁମ୍ବାଇ ପକ୍ଷରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ୨ଟି ମ୍ୟାଚ୍ ଖେଳିଥିଲେ । ଚଳିତ ସିଜନରେ ତାଙ୍କୁ ମୁମ୍ବାଇ ଦଳରୁ ବାଦ ଦିଆଯାଇଥିଲା । ଯାହାକୁ ନେଇ ବହୁତ ଦୁଃଖିତ ରହିଥିଲେଅର୍ଜୁନ ତେନ୍ଦୁଲକର। ସେ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ ଖେଳିଥିଲେ ।

ଗୋଆ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଅର୍ଜୁନ ତେନ୍ଦୁଲକର ଯଦି ଏନଓସି ମିଳିଯାଏ, ତେବେ ତାଙ୍କର ଫିଟନେସ ଟେଷ୍ଟ ହେବ। ପାସ୍‌ ହେବା ପରେ ଗୋଆ ତରଫରୁ ଖେଳିବା ପାଇଁ ଅନୁମତି ମିଳିବ। ଗୋଆ କ୍ରିକେଟ୍ ଆସୋସିଏସନ୍ର ସଭାପତି ସୁରଜ ଲଟ୍ଲିକର କହିଛନ୍ତି, ଅର୍ଜୁନ ଗୋଆ ପକ୍ଷରୁ ପ୍ରଥମେ ଚୟନ ପ୍ରତିଯୋଗିତା ଖେଳିବେ । ଭଲ ପ୍ରଦର୍ଶନ କଲେ ତାଙ୍କୁ ଗୋଆ ସିନିୟର ଦଳ ପାଇଁ ଚୟନ କରାଯିବ ।

Leave A Reply

Your email address will not be published.