କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା: ଓଡ଼ିଶାର ୩୦ଟି ଜିଲ୍ଲା ୨ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‍ ସହ କୋଚ ଓ ଅଫିସିଆଲ୍‍ ଯୋଗ ଦେଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍):କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଅପ୍ରେଲ୍‍ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୦ଟି ଜିଲ୍ଲା, ପରାଦୀପ ବନ୍ଦର, ଓଡ଼ିଶା ପୋଷ୍ଟ ଓ ଟେଲିକମ୍‍ ଆଦିରୁ ୨ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‍, କୋଚ ଓ ଅଫିସିଆଲ୍‍ ଯୋଗ ଦେଇଛନ୍ତି। ସେମାନଙ୍କ ପାଇଁ ରହିବା, ଖାଇବା ତଥା ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କିଟ୍‍ ପକ୍ଷରୁ କରାଯାଇଛି। କିଟ୍‍-କିସ୍‍ ଆଥଲେଟିକ୍‍ ଷ୍ଟାଡ଼ିଅମରେ ସମସ୍ତ ପ୍ରତିଯୋଗିତା ଦିବାରାତ୍ର ଅନୁଷ୍ଠିତ ହେବ।

କିଟ୍‍ ପକ୍ଷରୁ ଦୂତି, ଅମିୟ ଓ ଜଉନାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେଉଥିବା ବେଳେ ରାଜ୍ୟର ବହୁ ପ୍ରତିଭାଧାରୀ ଖେଳାଳି ଏହି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ୍‍ ଓ କିଟ୍‍-କିସ୍‍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ୍‍ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ଓଡ଼ିଶା ଅଲିମ୍ପିକ୍‍ ଆସୋସିଏସନ୍‍ର କୋଷାଧ୍ୟକ୍ଷ ଅଧିପ ଦାସ ଓ ଯୁଗ୍ମ ସମ୍ପାଦକ ଅଭିଜିତ ପଲ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହାସହ କିଟ୍ ଓ କିସ ର ପ୍ରତିଯୋଗି ମାନଙ୍କ ମଧ୍ୟରୁ ୭ରୁ ଅଧିକ ମେଡାଲ ଜିତିଥିବା ବେଳେ କିଟ୍ ଓ କିସ ର ଅନେକ ପ୍ରତିଯୋଗି ଙ୍କ ଫଳା ଫଳ ବାହାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.