ଏସୀୟ ହକି ଚାମ୍ପିଅନସିପ୍ : ଆଜି ଫାଇନାଲ୍ ଲଢ଼େଇରେ ଭାରତ-ପାକିସ୍ତାନ

ନୂଆଦିଲ୍ଳୀ : ମସ୍କାଟରେ ଖେଳା ଯାଉଥିବା ଏସୀୟ ପୁରୁଷ ହକି ଚାମ୍ପିଅନସିପ ଫାଇନାଲରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଭିତରେ ଲଢ଼େଇ ହେବ । ଗତକାଲି ସେମିଫାନାଲରେ ଭାରତୀୟ ଦଳ ୩-୨ ଗୋଲରେ ଜାପାନକୁ ହରାଇଥିଲା । ପୂର୍ବରୁ ପ୍ରଥମ ସେମିଫାନାଲରେ ପାକିସ୍ତାନ ୩-୧ ପେନାଲଟି ସୁଟଆଉଟରେ ମାଲେସିଆକୁ ପରାସ୍ତ କରିଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୪-୪ରେ ଡ୍ର ରହିବା ପରେ ସୁଟଆଉଟ୍ ହୋଇଥିଲା ।

Pakistan-Hockey

ଦ୍ବିତୀୟ ସେମିଫାଇନାଲରେ ଭାରତକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । ଶେଷ ୫ ମିନିଟରେ ଜାପାନ ଖେଳାଳି ଘନ ଘନ ଆକ୍ରମଣ କରିଥିଲେ । ତେବେ ଭାରତ ଏହାକୁ ପ୍ରତିହତ କରି ବିଜୟୀ ହୋଇଥିଲା । ଗୁରୁଜନ୍ତ ସିଂହ, ଚିଙ୍ଗଲେନସାନା ଏବଂ ଦିଲପ୍ରୀତ ସିଂହ ଭାରତ ପକ୍ଷରୁ ଗୋଲ୍ ସ୍କୋର କରିଥିଲେ ।

ଫାଇନାଲ୍ ମ୍ୟାଚ୍ ରାତି ୧୦ଟା ୪୦

ଆଜି ଭାରତୀୟ ସମୟ ରାତି ୧୦ଟା ୪୦ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ଜାପାନ ଓ ମାଲେସିଆ ମଧ୍ୟରେ ୩ୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ । ପୂର୍ବରୁ ଭାରତ ଓ ପାକିସ୍ତାନ ମୋଟ୍ ୧୭୫ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ ଭାରତ ୬୨ ଓ ପାକିସ୍ତାନ ୮୨ଟି ମ୍ୟାଚ୍ ଜିତିଛି । କିନ୍ତୁ ଭାରତ ବର୍ତ୍ତମାନ ଭଲ ଫର୍ମରେ ଅଛି । ତେଣୁ ପୁଣି ଚାମ୍ପିଅନ୍ ଟ୍ରଫି ବଜାୟ ରଖିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.