ଶେଷରେ ସଫଳ ହେଲେ ଭାରତୀୟ ବୋଲର

ଲଣ୍ଡନ : ଓଭାଲ ଟେଷ୍ଟର ପ୍ରଥମ ଦିନରେ ପ୍ରଥମରୁ ଖୁବ୍ ପାଣି ପିଆଇବା ପରେ ଶେଷରେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ । ଜେନିଂସ ଓ କୁକଙ୍କ ଯୋଡ଼ି ପ୍ରଥମ ୱିକେଟରେ ୬୦ ରନ୍ ଯୋଡ଼ିବା ପରେ ମୋଇନ ଅଲୀଙ୍କ ସହ କୁକ୍ ଭାଗିଦାରୀରେ ୭୩ ରନ୍ ସଂଗ୍ରହ ହୋଇଥିଲା । ତେବେ ଏହି ଯୋଡ଼ିକୁ ବୁମରା ଭାଙ୍ଗିବା ପରେ ଲଗାତର ଆଉ ଦୁଇଟି ୱିକେଟ୍ ପଡ଼ି ଯାଇଥିଲା । କ୍ୟାରିୟରର ଶେଷ ଟେଷ୍ଟ ଖେଳୁଥିବା ଓପ୍ନର ଆଲେଷ୍ଟର କୁକ୍ ୭୧ ଏବଂ ନୂଆ ବ୍ୟାଟସମ୍ୟାନ୍ ରୁଟଙ୍କୁ ବୁମରା ଗୋଟିଏ ଓଭରରେ ଆଉଟ୍ କରି ଦେଇଥିଲେ । ବୁମରାଙ୍କ ଓଭରର ଦ୍ବିତୀୟ ବଲରେ କୁକ୍ କ୍ଲିନ୍ ବୋଲଡ୍ ହେବା ପରେ ପଞ୍ଚମ ବଲରେ ରୁଟ ଏଲବିଡବଲ୍ୟୁ ହୋଇଥିଲେ । ପରବର୍ତ୍ତୀ ଓଭରରେ ବେୟାରଷ୍ଟୋଙ୍କୁ ୱିକେଟ ପଛରେ ଶିକାର କରିଥିଲେ ଇଶନ୍ତ ଶର୍ମା । ୬୯ ଓଭର ବେଳକୁ ମୋଇନ୍ ଅଲି ୧୨୫ ବଲରେ ୩୩ ଓ ଷ୍ଟୋକ୍ସ ୨ ରନ୍ କରି ଅପରାଜିତ ଥିଲେ । ସେତେବେଳକୁ ସ୍କୋର ଥିଲା ୪ ୱିକେଟରେ ୧୪୦ ରନ୍ । ପୂର୍ବରୁ କୁକ୍ ୩୭ ରନ୍ କରିଥିବା ବେଳେ ତାଙ୍କର ଏକ କ୍ୟାଚ୍ ଛାଡ଼ିଥିଲେ ଲୋକେଶ ରାହୁଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.