ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଆଉଟ୍‌ କଲା ଭାରତ

ଆଡିଲେଡ୍‌ : ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ବେଶ୍‌ କମାଲ କରିଛନ୍ତି ଭାରତୀୟ ବୋଲର୍‌ । ଫଳରେ ଆଜି ଘରୋଇ ଅଷ୍ଟ୍ରେଲିଆ ଦଳ ୭୨.୩ ଓଭରରେ ୧୯୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ଜବାବରେ ଭାରତ ଆଜି ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ରେ ୩୬ ରନ୍‌ କରିଛି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫୬ ରନ୍‌ରେ ୪ଟି, ରବିଚନ୍ଦ୍ର ଅଶ୍ୱିନ୍‌ ୩୬ ରନ୍‌ରେ ୩ଟି ଏବଂ ଏଠାରେ ନିଜ କ୍ୟାରିୟର୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ସିରାଜ ୪୦ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଛି । ତଥାପି ଭାରତର ତୋଫାନୀ ବୋଲିଂ ଭିତରେ େଓ୍ଵଡ୍‌ ୩୦, ଲାବୁସେନ୍‌ ୪୮, ହେଡ୍‌ ୩୮ ଏବଂ ଶେଷ ଭାଗରେ ଲାୟନ୍‌ ୨୦ ରନ୍‌ କରିଥିଲେ ।
ପରେ ଭାରତ ତାର ପ୍ରଥମ ଇନିଂସ୍‌ ଆରମ୍ଭ କରି ୩୬ ରନ୍‌ରେ ଗୋଟିଏ ଓ୍ଵିକେଟ୍‌ ହରାଇଛି । ପୂଜାରା ୭ ଓ ଶୁଭମାନ ଗିଲ୍‌ ୨୮ ରନ୍‌ କରି ଅପରାଜିତ ଅଛନ୍ତି । ମୟଙ୍କ ଅଗ୍ରଓ୍ଵାଲ କୌଣସି ରନ୍‌ ନକରି ଆଉଟ୍‌ ହୋଇଛନ୍ତି ।

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ସିରିଜ୍‌ର ଏହା ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଅଢ଼େଇ ଦିନ ଭିତରେ ସରିଥିବା ପ୍ରଥମ ଟେଷ୍ଟରେ ଭାରତ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା ।

SCORE BOARD-1

SCORE-2

SCORE-3

Leave A Reply

Your email address will not be published.