ଦ୍ବିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୩୩/୬

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦମଦାର୍ ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଏବେସୁଦ୍ଧା ୬ ଓ୍ୱିକେଟ୍ ହରାଇ ୧୩୩ ରନ୍ କରିଛି । ଭାରତ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିଥିଲା । ଭାରତୀୟ ବ୍ୟାଟସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କ ଶତକ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଦଳ ୩୨୬ ରନ୍ କରିଥିଲା । ଏହାସହ ଅଷ୍ଟ୍ରେଲିଆଠାରୁ ୧୩୧ ରନରେ ଆଗୁଆ ରହିଥିଲେ ।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଷ୍ଟାଡିୟମକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍କୁ ଆରମ୍ଭରୁ ଝଟକା ଲାଗିଥିଲା। ସ୍କୋର ୪ ରନ୍ ଥିବା ବେଳେ ଜୋ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏବେ କ୍ରିଜରେ କ୍ୟାମରନ୍ ଗ୍ରୀନ ୪ ଓ ପ୍ୟାଟ୍ କ୍ୟୁମିନ୍ସ ୬ ରନରେ କରିଥିଲେ। ସେହିପରି ଅଷ୍ଟ୍ରେଲିଆ କ୍ଯାପଟେନ ଟିମ ପେନ ମାତ୍ର ୧ ରନ୍ କରି ଆଉଟ୍ ହୋଇଗଲେ। ରବିନ୍ଦ୍ର ଜାଡେଜାଙ୍କ ବଲରେ କ୍ଯାଚ ଆଉଟ ହୋଇଗଲେ।

rahane

ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ବୋଲର ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ, ଉମେଶ ଯାଦବ, ମହମ୍ମଦ ସିରାଜ ଓ ଆର ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ବୋଲିଂ କରିବା ସମୟରେ ଉମେଶ ଯାଦବଙ୍କ ମାଂସପେଶୀରେ ସମସ୍ଯା ଦେଖାଯିବାରୁ ପଡିଆରୁ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆକୁ ୮ ଓଭର ବୋଲିଂ କରିବା ସମୟରେ ଏପରି ସମସ୍ଯା ସାମ୍ନାକୁ ଆସିଥିଲା। ଉମେଶ ଯାଦବଙ୍କ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା। ପୂର୍ବରୁ ଈଶାନ୍ତ ଶର୍ମା, ମହମ୍ମଦ ଶାମି ଆହତ ହୋଇଥିବା ବେଳେ ଏବେ ପୁଣି ଉମେଶ ଯାଦବଙ୍କ ଯୋଗୁଁ ଟିମ୍ ଇଣ୍ଡିଆ ପାଇଁ ମୁସ୍କିଲ ବଢିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.