ଭାରତର ସିରିଜ କବଜା, ଅକ୍ଷର ପଟେଲଙ୍କ ଦମଦାର ଅପରାଜିତ ୬୪ ରନ୍ ବଳରେ ହାରିଲା ୱେଷ୍ଟଇଣ୍ଡିଜ୍

କେନ୍ୟୁଜ୍: ଭାରତର ସିରିଜ ବିଜୟ । ସିରିଜ ବିଜୟୀ ଦେଲେ ଅକ୍ଷର ପଟେଲ । ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ ୬୪ ରନ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ହରାଇଛି । ୨ ବଲ ପୂର୍ବରୁ ୮ ଓ୍ଵିକେଟ ହରାଇ ୩୧୨ ରନ ସଂଗ୍ରହ କରିନେଇଥିଲା । ଏହାସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ।

ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୩୧୧ ରନ କରିଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ଦୀପକ ହୁଡା, ଅକ୍ଷର ପଟେଲ ଓ ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଭାରତ ପକ୍ଷରୁ ଶ୍ରେୟସ ଆୟର ୬୩ ଓ ଅକ୍ଷର ପଟେଲ ଅପରାଜିତ ୬୪ ରନ କରିଥିଲେ । ସଞ୍ଜୁ ସାମସନ ୫୪ ରନ କରିଥିଲେ । ବୁଧବାର ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.