ପାକିସ୍ତାନର ଐତିହାସିକ ବିଜୟ ଦେଖି ଷ୍ଟାଡିୟମରେ କାନ୍ଦିଲେ ଏହି ଷ୍ଟାରଙ୍କ ବାପା, ଖୁବ ଭାଇରଲ ହେଉଛି ଭିଡିଓ

ଆଇସିସି ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ୧୦ ଉଇକେଟରେ ପାକିସ୍ତାନ ଠାରୁ ହାରିଛି। ସବୁ କ୍ରିକେଟ ପ୍ରେମୀଙ୍କ ମନ ଭାଙ୍ଗିଯାଇଛି। ଭାରତର ୧୫୧ ରନ ଜବାବରେ ପାକିସ୍ତାନ କୌଣସି ଉଇକେଟ ନହରାଇ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ୧୫୨ ରନରେ ପହଂଚି ଯାଇଥିଲା । କାରଣ ପାକିସ୍ତାନ ଠାରୁ ଆଦୌ ହାରିନଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ଙ୍କ ଟିମ୍‌ କୋହଲିଙ୍କ ଟିମ୍‌କୁ ମାତ୍‌ ଦେଇଛି। ପାସ୍ତାନ ଅଧିନାୟକ ବାବର ଆଜମ ୬୮ ର କରି ଅପରାଜୟ ରହିଥିଲେ।

ପାକିସ୍ତାନ ବିନା ଉଇକେଟରେ ମ୍ୟାଚ ଜିତିଥିବା ବେଳେ ମ୍ୟାଚ ସମୟରେ ଷ୍ଟାଡିଅମରେ ବସିଥିବା ବାବର ଆଜମଙ୍କ ବାପା ପାକିସ୍ତାର ଐତିହାସିକ ବିଜୟରେ କାନ୍ଦି ପକାଇଥିଲେ। ଖୁସିରେ ଆତ୍ମବିଭୋର ହୋଇ କାନ୍ଦୁଥିବା ଭିଡିଓକୁ କ୍ରିକେଟ ପଣ୍ଡିତ ମଜହର ଅରଶଦ ବାବର ଆଜମଙ୍କ ବାପାଙ୍କ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ‘ ଏ ହେଉଛନ୍ତି ବାବର ଆଜମ। ମୁଁ ତାଙ୍କ ପାଇଁ ବହୁତ ଖୁସି। ମୁଁ ତାଙ୍କ ସହିତ ପ୍ରଥମ ଥର ପାଇଁ ୨୦୨୧ରେ ସାକ୍ଷାତ କରିଥିଲି। ସେତେବେଳେ ବାବରଙ୍କ ବାପା କହିଥିଲେ କି, ବାବର ଯେତେବେଳେ ଡେବ୍ୟୁ କରିବେ, ସାରା ଷ୍ଟାଡିଅମ ତାଙ୍କର ହେବ। ବାବର ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ହେବା ପରେ ଟିମ୍‌ରେ ବହୁତ ଉନ୍ନତ ପ୍ରଦର୍ଶନ ହୋଇଛି।

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ ବୋର୍ଡ ଦେବାଳିଆ ହେବା ସତ୍ତ୍ୱେ ମଧ୍ୟ ଖେଳାଳିଙ୍କୁ ଉତ୍ସାହିତ କରିବା ଏବଂ ମନୋବଳ ବଢାଇବା ପାଇଁ ଅଲଗା ପୁରସ୍କାର ରାଶି ରଖିଛି। ଯଦି ପାକିସ୍ତାନ ଟିମ୍‌ ଭାରତ ଠାରୁ ମ୍ୟାଚ ଜିତିଯାଏ ତେବେ ସେମାନଙ୍କ ଅଲଗା ଟଙ୍କା ମିଳିବ ବୋଲି ପିସିବି କହିଛି।ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ପ୍ରତି ଟି-୨୦ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ପାଇଁ ୩ ଲକ୍ଷଟଙ୍କା ଫିସ୍‌ ମିଳିଥାଏ।

ଯଦି ଭାରତ ଠାରୁ ଟିମ୍‌ ବାବରଙ୍କ ଟିମ୍‌ ଜିତିଯାଏ, ତେବେ ସେମାନଙ୍କ ମ୍ୟାଚ ଫିସ୍‌କୁ ୫୦ ପ୍ରତିଶତ ବଢାଇଦିଆଯିବ। ପାକିସ୍ତାନ ଖେଳାଳି ନିଜ ଦେଶରେ ପ୍ରତି ମ୍ୟାଚ ବାବଦକୁ ୩,୩୮,୨୫୦ ଟଙ୍କା ଆୟ କରନ୍ତି। ଯଦି ପାକିସ୍ତାନ ଟିମ୍‌ ଭାରତ ଠାରୁ ମ୍ୟାଚ ଜିତିଯାଏ ତେବେ ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାରୁ ଅଧିକ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.