ଭାରତକୁ ବାଂଲାଦେଶର ୧୫୪ ରନ୍‌ର ଟାର୍ଗେଟ୍‌, ଜିତିଲେ ଫେରିବ ହାରିଲେ ହାତରୁ ଖସିବ ସିରିଜ୍‌

ରାଜକୋଟ : ଏପଟେ ଭାରତୀୟ ଦଳ ଆଗାମୀ ଟି-୨୦ ବିଶ୍ୱକପ୍‌କୁ ନଜରରେ ରଖି ପରୀକ୍ଷା ନିରୀକ୍ଷା କରୁଛି । ସେପଟେ ବାଂଲାଦେଶ ଚଳିତ ସିରିଜ୍‌କୁ ଘରୋଇ ଦଳ କବଜାରୁ ଛଡ଼ାଇ ନେବାକୁ ବସିଲାଣି । ଆଜି ଏଠାରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ଭାରତକୁ ୧୫୪ ରନ୍‌ର ଟାର୍ଗେଟ୍‌ ଦେଇଛି । ପ୍ରଥମ ମ୍ୟାଚ୍‌ ବାଂଲାଦେଶ ଜିତି ସାରିଥିବାରୁ ଏହି ମ୍ୟାଚ୍‌ ଜିତିଲେ ସିରିଜ୍‌ ବିଜୟୀ ହେବ । ଆଉ ଯଦି ଭାରତ ଜିତେ ତେବେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୧-୧ ସ୍ଥିତିକୁ ଆଣିବ ।
ଆଜି ଟସ୍‌ ଜିତି ରୋହିତ ଶର୍ମା ପ୍ରଥମେ ଫିଲଡିଂ କରିବାକୁ ସ୍ଥିର କରିଥିଲେ । ହେଲେ ବାଂଲାଦେଶର ଯୁବ ଟ୍‌ସମ୍ୟାନ୍‌ମାନେ ବଢ଼ିଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ପିଟିଥିଲେ । ଓପ୍ନର ଲିଟନ୍‌ ଦାସ ୨୧ ବଲ୍‌ରୁ ୨୯ ରନ୍‌, ମହମ୍ମଦ ନଇମ ୩୧ ବଲ୍‌ରୁ ୩୬, ସୌମ୍ୟ ସରକାର ୨୦ ବଲ୍‌ରୁ ୩୦, ଅଧିନାୟକ ମହମ୍ମଦଉଲ୍ଲା ୨୧ ବଲ୍‌ରୁ ୩୦ ରନ୍‌ କରିଥିଲେ । ଫଳରେ ୨୦ ଓଭରରେ ବାଂଲାଦେଶ ୬ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା । ଅବଶ୍ୟ ଭାରତୀୟ ବୋଲର୍‌ଙ୍କ ଦ୍ୱିତୀୟ ଭାଗରେ ସଫଳତା ମିଳିଥିଲା । ଚହଲ ୨ଟି ଏବଂ ଚହର, ଅହମଦ ଓ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.