ଆୟରଲାଣ୍ଡ ଟୁର ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଉପହାର ଦେଲା ବିସିସିଆଇ, ମିଳିଲା ୩ ଦିନିଆ ବ୍ରେକ

ଆୟରଲାଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ମିଳିଛି ବଡ ଉପହାର। ଟିମ୍‌ ଇଣ୍ଡିଆକୁ ଏହି ଉପହାର ଦେଇଛି ବିସିସିଆଇ। ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆୟରଲାଣ୍ଡ ଯିବା ପୂର୍ବରୁ ଦଳକୁ ୩ ଦିନର ଏକ ଛୋଟ ବ୍ରେକ ଦିଆଯିବା ନେଇ ନିଷ୍ପତ୍ତି ନେଇଛି ବିସିସିଆଇ । ୨ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ୩ ଦିନ ବ୍ରେକ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆୟରଲାଣ୍ଡ ବାହାରିବ ଟିମ ଇଣ୍ଡିଆ । ସୂଚନାଯୋଗ୍ୟ, ରାହୁଲ ଡ୍ରାଭିଡ, ଶ୍ରେୟସ ଆୟର ଏବଂ ରିଷଭ ପନ୍ତ ସୋମବାର ଅର୍ଥାତ୍‌ ଆଜି ଲଣ୍ଡନ ପାଇଁ ବାହାରିବେ।

ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ କୌଣସି ପ୍ରକାର ବାୟୋ ବବଲ ରହିବ ନାହିଁ । କିନ୍ତୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାରକୁ ବାରଣ କରିଛି ବିସିସିଆଇ । କିଛି ଖେଳାଳି ଆଇପିଏଲରୁ ଲଗାତାର ଖେଳୁଥିବାରୁ ସେମାନଙ୍କୁ କିଛି ସମୟ ପରିବାର ସହ ବିତାଇବା ପାଇଁ ସମୟ ଦେଇଛି ବିସିସିଆଇ । ତେବେ ଆୟରଲାଣ୍ଡ ଯିବା ପାଇଁ ଥିବା ସମସ୍ତ ସଦସ୍ୟ ଆସନ୍ତା ଜୁନ ୨୩ ତାରିଖରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ଏବଂ ସହଯୋଗୀ ଷ୍ଟାଫ ମାନଙ୍କ ସହ ମୁମ୍ବାଇରେ ଏକତ୍ରିତ ହେବେ । ଏହା ପରଦିନ ଡବଲିନ ପାଇଁ ବାହାରିବ ଟିମ ଇଣ୍ଡିଆ ।

indian team

ଆୟରଲାଣ୍ଡ ବିପକ୍ଷରେ ମାଲାହିଡେରେ ୨୬ ଏବଂ ୨୮ ତାରିଖରେ ଦୁଇଟି ଟି-୨୦ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଏହି ସମୟରେ ଇଂଲଣ୍ଡ ବିପକ୍ଷ ଗତବର୍ଷର ପଞ୍ଚମ ତଥା ଶେଷ ଟେଷ୍ଟ ଖେଳିବ ଭାରତ । ଇଂଲଣ୍ଡ ବିପକ୍ଷ ସରିଜରେ ନିୟମିତ ଏବଂ ଷ୍ଟାର ଖେଳାଳିମାନେ କମବ୍ୟାକ କରିବାକୁ ଯାଉଛନ୍ତି । କେବଳ ଆହତ ସମସ୍ୟା ଯୋଗୁଁ କେଏଲ ରାହୁଲ ଟିମ୍‌ରୁ ବାଦ୍‌ ପଡିଛନ୍ତି।

ଟିମ ଇଣ୍ଡିଆ : ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ତ୍ରିପାଠୀ, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ୍‌, ଇସାନ କିସାନ, ଋତୁରାଜ ଗାଏକଓ୍ଵାଡ, ଭେଙ୍କଟେଶ ଆୟର, ଦୀପକ ହୁଡ଼ା, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଳ, ଅକ୍ଷର ପଟେଲ, ଆର ବିଷ୍ଣୋଇ, ହର୍ଷଲ ପଟେଲ, ଆଭେସ ଖାନ୍‌, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ,

 

Leave A Reply

Your email address will not be published.