ବିରାଟ କିମ୍ବା ରୋହିତ ନୁହେଁ ପ୍ରଥମ ଟେଷ୍ଟ ମ୍ୟାଚର ମଙ୍ଗ ଧରିବେ ରାହାଣେ, ବିସିସିଆଇ ଘୋଷଣା କଲା ଟିମ୍‌ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ହୋଇସାରିଛି। ବିରାଟ ପ୍ରଥମ ମ୍ୟାଚରେ ବିଶ୍ରାମ ନେବେ ତେଣୁ ଟିମ୍‌ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଶୁକ୍ରବାର ପ୍ରେସ ବିଜ୍ଞପ୍ତି ଜାରି କରି ଟିମ୍‌ର ଘୋଷଣା କରିଛି।

ସୂଚନାଯୋଗ୍ୟ, ଟି-୨୦ ସିରିଜ୍‌ରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜ୍ ଖେଳିବେନି। ରୋହିତ ଏବେ ବିଶ୍ରାମ ନେବେ। ରୋହିତଙ୍କ ଛଡା ଜସପ୍ରୀତ ବୁମରାହ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଦୁଇଟି ଟେଷ୍ଟ ମ୍ୟାଚରୁ ଆରାମ ଦିଆଯାଇଛି। ସେହିଭଳି ରିଷଭ ପନ୍ତଙ୍କୁ ବାୟୋ ବବଲ କଷ୍ଟରୁ ମୁକ୍ତି ଦେବା ପାଇଁ ଟେଷ୍ଟ ସିରିଜ୍‌ରୁ ବାହାରେ ରଖାଯାଇଛି।

ବିସିସିଆଇ ଘୋଷଣା କରିଥିବା ଟିମରେ ୪ ଜଣ ସ୍ପିନର ଓ ୪ ଦ୍ରୁତ ବୋଲରଙ୍କୁ ସୁଯୋଗ ମିଳିଛି । ରୋହିତଙ୍କ ଅନୁପସ୍ଥିତିରେ ଓପନିଂ ଭାର ସମ୍ଭାଳିବେ ରାହୁଲ ଓ ମୟଙ୍କ ଅଗ୍ରୱାଲ । ସେହିଭଳି ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ମଧ୍ୟ ଟିମ୍‌ ସମ୍ଭାଳିବେ । ଆସନ୍ତା ୨୫ ନଭେମ୍ବରରେ କାନପୁରରେ ପ୍ରଥମ ଟେଷ୍ଟ ଖେଳାଯିବ । ସେହିଭଳି ୩ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ଭାରତୀୟ ଟିମ୍: ଆଜିଙ୍କ୍ୟ ରାହାଣେ (ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା(ଉପଅଧିନାୟକ), ଶୁଭମନ୍ ଗିଲ୍, ଶ୍ରେୟସ୍ ଆୟର, ଋଦ୍ଧିମାନ ସାହା(ଓ୍ଵିକେଟ୍ କିପର), କେଏସ୍ ଭାରତ(ଓ୍ଵିକେଟ୍ କିପର), ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣା।

ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟି-୨୦(ନଭେମ୍ବର ୧୭,୧୯ ଏବଂ ୨୧) ତାରିଖରେ ଖେଳିବ। ସେହିପରି ଦୁଇଟି ଟେଷ୍ଟ ମ୍ୟାଚ (ନଭେମ୍ବର ୨୫-୨୯ ଏବଂ ଡିସେମ୍ବର ୩-୭) ମଧ୍ୟରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ କାନପୁର ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.