ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ଦିନିକିଆ ପାଇଁ ଅଲଗା ଅଲଗା ଟିମ୍‌ ଘୋଷଣା କଲା ବିସିସିଆଇ: ପ୍ରଥମ ମ୍ୟାଚରେ ଖେଳିବେନି ବିରାଟ, ପନ୍ତ ଏବଂ ବୁମରା

ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଏହି ସିରିଜରେ ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ଆଜିଠାରୁ ଟିମ୍‌ ଇଣ୍ଡିଆ ଏଜବେଷ୍ଟସନରେ ଟେଷ୍ଟ ମ୍ୟାଚ ଖେଳୁଛି। ଟି-୨୦ ସିରିଜ ଜୁଲାଇ ୭ ତାରିଖରୁ ଆରମ୍ଭ ହେବ। ସେହିପରି ଦିନିକିଆ ମ୍ୟାଚ ୧୨ ଜୁଲାଇରୁ ଆରମ୍ଭ ହେବ।

ବିସିସିଆଇ ପ୍ରଥମେ ଟି-୨୦ ପାଇଁ ଅଲଗା ଟିମ୍‌ ଘୋଷଣା କରିଥିଲା। ରୋହିତ ଶର୍ମାଙ୍କ ବ୍ୟତୀତ ଟେଷ୍ଟ ମ୍ୟାଚ ଖେଳୁଥିବା ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। କରୋନା ଯୋଗୁଁ ରୋହିତ ଶର୍ମା ଟେଷ୍ଟ ମ୍ୟାଚ ଖେଳିବେ ନାହିଁ। ପ୍ରଥମ ଟି-୨୦ ପାଇଁ ଆୟରଲାଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଥିବା ଟିମ୍‌ ରୋହିତଙ୍କ ଦାୟିତ୍ୱରେ ଚୟନ କରାଯାଇଥିଲା।

ବିରାଟ କୋହଲି, ରିଷଭ ପନ୍ତ ଏବଂ ଜସପ୍ରୀତ ବୁମରାଙ୍କ ସମେତ ଅନ୍ୟ ଷ୍ଟାର ଖେଳାଳିଙ୍କୁ ଟି-୨୦ ଏବଂ ଦିନିକିଆରେ ଖେଳିବେ ନାହିଁ। ତେବେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଖେଳାଳି ୭ ଜୁଲାଇରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍ରା ଦଳରେ ସାମିଲ ହେବେ। ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫେରିଥିବାବେଳେ ଓପନ ସିରିଜ ପାଇଁ ଓପନର୍ ଶିଖର ଧୱନଙ୍କୁ ଚୟନ କରାଯାଇଛି। ଦ୍ରୁତ ବୋଲର ଉମ୍ରାନ ମଲିକ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବେ। କିନ୍ତୁ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଅର୍ଶଦୀପ ସିଂଙ୍କୁ ଦିନିକିଆ ଟିମ୍ରେ ସାମିଲ କରାଯାଇଛି।

ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍ସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍।

୨ୟ ଓ ୩ୟ ଟି୨୦ ପାଇଁ ଦଳ :

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ) , ଋଷଭ ପନ୍ତୁ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ , ରବି ବିଷୋଇ , ଯଶପ୍ରୀତ ବୁମରା , ଭୁବନେଶ୍ଵର କୁମାର , ହର୍ଷଲ ପଟେଲ , ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍।

ଦିନିକିଆ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଵନ, ଈଶାନ୍ କିଷନ୍, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଶ୍ରେୟାସ ଆୟର ଋଷଭ ପନ୍ତ (ୱିକେଟ ରକ୍ଷକ), ହାଦିକ ପାଣ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ , ସାହୁଳ ଠାକୁର , ଅକ୍ଷର ପଟେଲ , ଯଶପ୍ରୀତ ବୁମରା , ପ୍ରସିଦ୍ଧ କ୍ରିଷ୍ଣା , ମହମ୍ମଦ ସାମି , ମହମ୍ମଦ ସିରାଜ ଓ ଅଶଦୀପ ସିଂହ ।

Leave A Reply

Your email address will not be published.