ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ସ’ ଙ୍କୁ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଡାକରା, ବିସିସିଆଇ ଦେଲା ସୂଚନା

ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ । ଏହା ପୂର୍ବରୁ ଭାରତୀୟ ଟିମର ସ୍କ୍ବାଡ୍‌ରେ ବଡ ଅଦଳବଦଳ କରାଯାଇଛି । ୩ ଜଣ ଖେଳାଳି ଆହତ ହେବା ପରେ ନୂଆ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି । ଶ୍ରୀଲଙ୍କାରେ ୨୦-୨୦ ସିରିଜ ଖେଳୁଥିବା ପୃଥ୍ବୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

ଆହତ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର, ପେସ ବୋଲର ଆବେସ ଖାନ ଏବଂ ଓପନର ଶୁଭମାନ ଗିଲ ଆହତ କାରଣରୁ ଟିମରୁ ବାହାରେ ରହିଛନ୍ତି । ସୁନ୍ଦରଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିବା ବେଳେ ଆବେସ ଖାନଙ୍କର ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଛି । ସେହିଭଳି ଓପନର ଶୁଭମାନ ଗିଲଙ୍କର ବାମ ଗୋଡରେ ଆଘାତ ଲାଗିଛି । ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ବେଳେ ସେ ଆହତ ହୋଇଥିଲେ ।

ଏହି ୩ ଜଣଙ୍କ ବଦଳ ଖେଳାଳି ଭାବେ ପୃଥ୍ବୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ ହେବାକୁ ଇଂଲଣ୍ଡ ଡକରା ଆସିଛି । ଉଭୟ ଏବେ ଶ୍ରୀଲଙ୍କାରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଖେଳୁଛନ୍ତି । ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଅଗଷ୍ଟ ୪ ତାରିଖରୁ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

ଭାରତୀୟ ସ୍କ୍ବାଡ୍‌ : ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଅନୁମା ବିହାରୀ, ଋଷଭ ପନ୍ତ (ଓ୍ବିକେଟକିପର), ଆର. ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା, ଅଭିମନ୍ୟୁ ଇଶ୍ବରନ୍, ପୃଥ୍ବୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.