ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ଭାବିନାଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ଟେବୁଲ ଟେନିସ ଫାଇନାଲ ମ୍ଯାଚରେ ଭାବିନା ପଟେଲଙ୍କୁ ରୌପ୍ଯ ମିଳିଛି। ଫାଇନାଲ ମ୍ଯାଚରେ ହାରି ରୌପ୍ଯ ଜିତିଛନ୍ତି ଭାବିନା। ଟେବୁଲ ଟେନିସ ମହିଳା ଫାଇନାଲ ରାଉଣ୍ଡରେ ଭାବିନା ପଟେଲଙ୍କୁ ଚାଇନାର ଜିଓ ୟିଙ୍ଗ ୩-୦ରେ ହରାଇଛନ୍ତି।

ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଜୋରଦାର ଖେଳ ହୋଇଥିଲା । ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳି ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଥଲେ ।

ପାରାଲିମ୍ପିକ୍ସ ଚାମ୍ପିଅନ୍‌ ସିର୍ବିୟାର ବୋରିଶଲାଭାଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ । ୧୮ ମିନିଟ୍‌ର ଖେଳରେ ୧୧-୫, ୧୧-୬ ଓ ୧୧-୭ ସେଟ୍‌ରେ ପରାସ୍ତ କରିଥିଲେ ଭାବିନାବେନ୍‌ ପଟେଲ ।

Leave A Reply

Your email address will not be published.