ବୋପାନ୍ନା ଓ ରାମକୁମାରଙ୍କ ଯୋଡ଼ିର କମାଲ, ଡୋଗିଡ଼ ଓ ମେଲୋଙ୍କୁ ୭-୬ ଓ ୬-୧ ସେଟରେ ପରାସ୍ତ କଲେ

ରୋହନ ବୋପାନ୍ନା ଓ ରାମକୁମାରଙ୍କ ଯୋଡ଼ିର କମାଲ । ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ଟେନିସ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲେ ବୋପାନ୍ନା ଓ ରାମକୁମାର ରାମନାଥନଙ୍କ ଯୋଡ଼ି । ଭାରତୀୟ ପୁରୁଷ ଡବଲସ ଦଳ ଡୋଗିଡ଼ ଓ ମେଲୋଙ୍କୁ ୭-୬ ଓ ୬-୧ ସେଟରେ ପରାସ୍ତ କରିଛନ୍ତି । ପ୍ରଥମ ସେଟ୍‌ କଣ୍ଟେଷ୍ଟ ହୋଇଥିବା ବେଳେ ଦ୍ୱିତୀୟ ସେଟ୍‌ରେ ୬-୧ରେ ପରାସ୍ତ କରିଥିଲେ ଭାରତୀୟ ଦଳ । ଶନିବାର ସେମିଫାଇନାଲରେ ଚତୁର୍ଥମାନ୍ୟତାପ୍ରାପ୍ତ ବୋସନିଆ-ମେକ୍ସିକୋ ଯୋଡିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ କ୍ରୋଏସିଆ-ବ୍ରାଜିଲ ଯୋଡି ଇଭାନ୍‌ ଡୋଡିଗ ଓ ମାର୍ସେଲ ମେଲୋଙ୍କ ସହ ଫାଇଟ କରିଥିଲେ ବୋପାନ୍ନା ଓ ରାମକୁମାରଙ୍କ ଯୋଡ଼ି ।

 

 

Leave A Reply

Your email address will not be published.