ଚଳିତ ବିଶ୍ୱକପରେ ବ୍ରାଜିଲର ପ୍ରଥମ ବିଜୟ : ୨-୦ଗୋଲରେ ହରିଲା କୋଷ୍ଟାରିକା

ନୂଆଦିଲ୍ଲୀ : ଚଳିତ ଫୁଟବଲ ବିଶ୍ୱକପ୍ରେ ବ୍ରାଜିଲର ପ୍ରଥମ ବିଜୟ ହୋଇଛି। କୋଷ୍ଟାରିକାକୁ ୨-୦ଗୋଲରେ ଦଳରେ ହରାଇଥିବା ବେଳେ ବିଜୟ ପାଇଁ ବ୍ରାଜିଲକୁ ସଂଘର୍ଷ କରିବାକୁ ପଡିଥିଲା । କୋଷ୍ଟାରିକା ରକ୍ଷଣଭାଗର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ନିର୍ଦ୍ଧାରିତ ୯୦ ମିନିଟ ପର୍ୟ୍ୟନ୍ତ ବ୍ରାଜିଲ କୌଣସି ଗୋଲ ଦେଇ ପାରିନଥିଲା । କିନ୍ତୁ ଇନ୍ଜୁରୀ ଟାଇମ୍ରେ ଦଳ, ମାରିଥିଲା ଦୁଇଟି ଗୋଲ । ୯୧ ମିନିଟରେ ଗୋଲ କରିଥିଲେ ଫିଲିପ କୁଟିନୋ ଓ ୯୬ ମିନିଟରେ ଗୋଲ କରିଥିଲେ ନେମାର । ଚଳିତ ବିଶ୍ୱକପରେ ନେମାରଙ୍କ ଏହା ପ୍ରଥମ ଗୋଲ୍ । ଟାଇଟଲ ଫେଭରିଟ୍ ବ୍ରାଜିଲ, ପ୍ରଥମ ମ୍ୟାଚରେ ସ୍ୱିଜରଲାଣ୍ଡ ବିପକ୍ଷରେ ଖେଳିଥିଲା । ସେହି ମ୍ୟାଚ୍ ୧-୧ରେ ଡ୍ର ରହିଥିଲା । ବର୍ତ୍ତମାନ ବ୍ରାଜିଲ ଦୁଇଟି ମ୍ୟାଚ୍ରୁ ୪ ପଏଣ୍ଟ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.