ତୃତୀୟ ଟେଷ୍ଟ : ବୁମରା ନେଲେ ୫ ଓ୍ଵିକେଟ୍‌, ଦକ୍ଷିଣ ଆଫ୍ରିକା ୨୧୦ ରନ୍‌ରେ ଅଲ୍‌ଆଉଟ୍‌

କେପ୍‌ ଟାଉନ୍‌ : ପେସ୍‌ ବୋଲର୍‌ ଯଶପ୍ରୀତ ବୁମରା ନିଜ ପ୍ରତିଶ୍ରୁତି ରଖିଲେ । ତୃତୀୟ ଟେଷ୍ଟ ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଚ୍ୟାଲେଞ୍ଜ ଦେଇ ଚେତାବନୀ ଦେଇଥିଲେ । ଆଉ ସତରେ ତାହା କରି ଦେଖାଇଲେ । ବୁମରା ୫ଟି ଓ୍ଵିକେଟ୍‌ ନେବା ଯୋଗୁଁ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ପାଳିରେ ୨୧୦ ରନ୍‌ କରି ସବୁଯାକ ଓ୍ଵିକେଟ୍‌ ହରାଇଛି । ଯାହାଫଳରେ ଭାରତୀୟ ଦଳ ୧୩ ରନ୍‌ରେ ଆଗୁଆ ରହି ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି ।

ବର୍ତ୍ତମାନର ଖବର ହେଉଛି ଭାରତୀୟ ଦଳ ତାର ଦ୍ୱିତୀୟ ଇନିଂସ୍‌ରେ ୬ ଓଭର ସୁଦ୍ଧା ଦୁଇ ଓପ୍ନର ମୟଙ୍କ ଅଗ୍ରଓ୍ଵାଲ (୭ ରନ୍‌) ଓ କେଏଲ୍‌ ରାହୁଲ (୧୦)ଙ୍କ ଓ୍ଵିକେଟ୍‌ ହରାଇ ୨୪ ରନ୍‌ କରିଥିଲା ।

ବୁମରା ୪୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଭାରତର ପ୍ରଥମ ଇନିଂସ୍‌ ବେଳେ ଯେଭଳି ବିରାଟ କୋହଲି ଜଗି ରହିଥିଲେ ଠିକ୍‌ ସେହିଭଳି କିଗାନ ପିଟରସନ୍‌ ୭୨ ରନ୍‌ କରି ଦକ୍ଷିଣ ଆଫ୍ରିକା ପାଳିକୁ ସମ୍ଭାଳି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାରାଜ ୨୫, ଭାନଡେର ଡୁସେନ ୨୧ ଏବଂ ବଭୁମା ୨୮ ରନ୍‌ ହିଁ କରି ପାରିଥିଲେ । ପୂର୍ବରୁ ପ୍ରଥମ ପାଳିରେ ଭାରତ ୨୨୩ ରନ୍‌ କରିଥିଲା ।
ତେବେ ଏହି ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ ନେଇ ବୁମରା ଅଷ୍ଟମ ଥର ପାଇଁ ଏହି ସଫଳତା ଲାଭ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି ତାଙ୍କର ୯୯ତମ ଟେଷ୍ଟରେ ୧୦୦ତମ କ୍ୟାଚ୍‌ ଧରିଛନ୍ତି । ସେ ଭାନଡେର ଡୁସେନ୍‌ଙ୍କ କ୍ୟାଚ୍‌ ନେଇ ଶତକ ପୂରଣ କରିଥିଲେ ।

SCORE-1

 

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.