ସଡ଼କ ଦୁର୍ଘଟଣାରେ ଚାଲିଗଲେ ‘ସ୍ଲୋ ଫିଙ୍ଗର ଅଫ ଡେଥ’ ରୁଡି କୋଏରଜେନ୍‌, ଗଲ୍ଫ ଖେଳିବାକୁ ଯାଇ ଆଉ ଫେରିଲେନି

କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ବିଶ୍ୱ କ୍ରିକେଟ ଇତିହାସର ଲୋକପ୍ରିୟ ଅମ୍ପାୟର ରୁଡି କୋଏରଜେନ୍‌ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୪୦୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅମ୍ପାୟାରିଂ କରିଥିବା କୋଏରଜେନ୍‌ ସଡକ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଛନ୍ତି । ମଙ୍ଗଳବାର ଦିନ ସକାଳେ କୋଏରଜେନ ଗଲ୍ଫ ଖେଳିବା ପରେ କେପଟାଉନରୁ ନିଜ ଘରକୁ ଯାଉଥିଲେ। ରିଭର୍ସଡେଲ ନିକଟରେ ଏକ କାର ଦୁର୍ଘଟଣାରେ କର୍ଟଜନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।

ତାଙ୍କ ପୁଅ ରୁଡି କୋଏରଜେନ ଜୁନିଅରଙ୍କ କହିବାନୁଯାୟୀ, ବନ୍ଧୁଙ୍କ ସହ ଗୋଲ୍ଫ ଖେଳିବା ପାଇଁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ହୋଇଛି। ସୋମବାର ଘରକୁ ଫେରିବାକୁ ଥିବା ବେଳେ ଆଉ ଏକ ରାଉଣ୍ଡ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେହିଠାରେ ଅଟକି ଯାଇଥିଲେ । ଏହାପରେ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ରୁଡି କୋଏରଜେନ ।

ଖେଳାଳିଙ୍କୁ ଆଉଟ ବୋଲି ନିଷ୍ପତ୍ତି ଦେବାର ଏକ ଭିନ୍ନ ଉପାୟ ପାଇଁ ସେ ଖୁବ ଲୋକପ୍ରିୟ ରହିଥିଲେ । କୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦେବା ପାଇଁ ସେ ଖୁବ ଧିରେ ହାତ ଉଠାଇଥାନ୍ତି କୋଏରଜେନ । ତାଙ୍କର ଏହି ଷ୍ଟାଇଲ ପାଇଁ କର୍ଟଜନଙ୍କୁ “ସ୍ଲୋ ଫିଙ୍ଗର ଅଫ ଡେଥ’ ବୋଲି ମଧ୍ୟ କୁହାଯାଏ । କୋଏରଜେନଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି ।

ସେ ଆଜି ପର୍ଯ୍ୟନ୍ତ ମୋଟ ୧୨୮ ଟେଷ୍ଟ, ୨୫୦ ଦିନିକିଆ ଏବଂ ଟି-୨୦ ଅନଫିଲ୍ଡ ଅମ୍ପାୟର କିମ୍ବା ଟିଭି ଅମ୍ପାୟର ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେ ଏପର୍ଯ୍ୟନ୍ତ ୩୩୧ ମ୍ୟାଚ ଅମ୍ପାୟରିଂ କରିସାରିଛନ୍ତି। ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ବନାମ ପାକିସ୍ତାନ ବିରୋଧରେ ୨୦୧୦ରେ ଲଡର୍ସରେ ଖେଳିଥିଲେ। କୋଏରଜେନ ଦକ୍ଷିଣ ଆଫ୍ରିକା ରେଲେଓ୍ଵରେ କ୍ଲର୍କ ରହିଥିଲେ। ସେଠାରେ କାମ କରିବା ସହିତ କ୍ରିକେଟ ମଧ୍ୟ ଖେଳୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.