କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଅଭିଯାନ ବିଜୟରୁ ଆରମ୍ଭ, ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ ହରାଇଲା

ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଧିତ୍ୟ ଜାରି ରଖି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୫ ଗୋଲ ଦେଇ ଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ୬ ଗୋଲ ସ୍କୋର କରିଥିଲା ।

ଭାରତ ଏହି ମ୍ୟାଚରେ ୧୩ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିବା ବେଳେ ଏଥିରୁ ୬ ଗୋଲ ସ୍କୋର କରି ଥିଲା । ଭାରତ ପକ୍ଷରୁ ହରମନପ୍ରୀତ ୩ ,ଯୁଗରାଜ ସିଂ ୨ ଗୋଲ ସ୍କୋର କରି ଥିବା ବେଳେ ଅଭିଶେକ ,ଶାମସେର ସିଂ, ଆକାଶଦି ସିଂ,ନୀଳକଙଋ ଶର୍ମା,ବରୁଣ କୁମାର ଓ ମନଦୀପ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଥିଲେ ।

ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ଏହାପୂର୍ବରୁ ପୁରୁଷ ଭାରୋତ୍ତଳନ ୬୭ କେଜି ବର୍ଗରେ ସ୍ୱର୍ଣ୍ଣ ଆଣିଥିଲେ ଜେରେମି ଲାଲରିନୁଙ୍ଗା । ୧୯ ବର୍ଷିୟ ମେଘାଳୟର ଜେରେମି ଲାଲରିନୁଙ୍ଗା ୩୦୦ କିଲୋଗ୍ରାମ ଭାର ଉତ୍ତୋଳନ କରି ନୂଆ ରେକର୍ଡ ସ୍ଥାପନ ମଧ୍ୟ କରିଛନ୍ତି ।

ସ୍ନାଚରେ ୧୪୦ କିଲୋ ଓଜନ ଓ କ୍ଲିନ ଆଣ୍ଡ୍‌ ଜର୍କରେ ୧୬୦ କିଲୋ ଭାର ଉଠାଇ ରେକର୍ଡ କରିଛନ୍ତି । ଭାର ଉତ୍ତୋଳନ ବେଳେ ତାଙ୍କୁ ଆଘାତ ଲାଗିଥିଲେ ବି ପଦକ ଗ୍ରହଣ ଉତ୍ସବରେ ସେ ପୂରା ଫିଟ୍‌ ନଜର ଆସିଥିଲେ ।

Also Read: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟି 20ରେ ପାକିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.