ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି, ଚିକେନଗୁନିଆରେ ଆକ୍ରାନ୍ତ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଚିକେନଗୁନିଆରେ ଆକ୍ରାନ୍ତ ହୋଇଛନ୍ତି। ସେ ଗତ ୪ ଦିନ ହେବ କାଶ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲେ, ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଡୋନା ଗାଙ୍ଗୁଲି ଚିକେନଗୁନିଆ ଭାଇରସ୍‌ରେ ଆକ୍ରାନ୍ତ ଅଛନ୍ତି।

ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି ଗଣମାଧ୍ୟମକୁ ନିଶ୍ଚିତ କରି କହିଛନ୍ତି କି, ବୁଧବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ପୂରା ପରିବାର ତାଙ୍କ ସହିତ ଅଛନ୍ତି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ତାଙ୍କ ପତ୍ନୀଙ୍କ ସହ ଡାକ୍ତରଖାନାରେ ଅଛନ୍ତି। ତାଙ୍କ ଝିଅ ସନା ଗାଙ୍ଗୁଲି ବର୍ତ୍ତମାନ ଲଣ୍ଡନରେ ରହି ପାଠ ପଢ଼ୁଛନ୍ତି। ତେବେ ଡୋନା ଗାଙ୍ଗୁଲିଙ୍କ ଚିକିତ୍ସା ପାଇଁ ପ୍ରଖ୍ୟାତ ଡାକ୍ତର ସପ୍ତର୍ଷି ବସୁଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ଗଠନ କରାଯାଇଛି। କହି ରଖୁଛୁ ଯେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଜଣେ ପ୍ରସିଦ୍ଧ ନୃତ୍ୟାଙ୍ଗନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.