ଆଜି ବିଶ୍ୱକପ୍ ଫୁଟବଲ୍ ଫାଇନାଲ : ମୁହାଁମୁହିଁ ହେବେ ଫ୍ରାନସ୍ ଓ କ୍ରୋଏସିଆ

ନୂଆଦିଲ୍ଲୀ : ଆଜି ଫ୍ରାନସ୍ ଓ କ୍ରୋଏସିଆ ବିଶ୍ୱକପ୍ ଫୁଟବଲ୍ ଫାଇନାଲ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୧୯୯୮ ଫ୍ରାନ୍ସ ଚାମ୍ପିଅନ ହୋଇଥିଲା ବେଳେ ଦଳ ୨୦୦୬ରେ ରନର୍ସଅପ୍ ହୋଇଥିଲା । ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ୪-୩ ଓ କ୍ୱାର୍ଟରରେ ଉରୁଗୁଏକୁ ୨-୦ ଏବଂ ସେମିଫାଇନାଲରେ ଶକ୍ତଶାଳୀ ବେଲଜିୟମକୁ ୧-୦ ଗୋଲରେ ହରାଇ ସେମିରେ ପହଞ୍ଚିଛି ଫ୍ରାନ୍ସ । ସେପଟେ ପ୍ରଥମ ଥର ପାଇଁ କ୍ରୋଏସିଆ ଫାଇନାଲକୁ ଯାଇଛି । ଦଳ ଦମଦାର ଫର୍ମରେ ଅଛି । କ୍ୱାର୍ଟରରେ ଋଷ୍କୁ ୪-୩ରେ ଓ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୨-୧ ଗୋଲରେ ହାରଇ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ । ଫାଇନାଲ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.